ଜରିମାନା ଖିଲାପୀ ଖଣିଲିଜଧାରୀଙ୍କ ବିରୋଧରେ ରୁଜୁ ହେବ ସାର୍ଟିଫିକେଟ କେଶ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୩୧ଟି ଖଣି ବିରୋଧରେ  କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଦେଲେ ଆଦେଶ 

 ଜରିମାନା ଖିଲାପୀ ଖଣିଲିଜଧାରୀଙ୍କ ବିରୋଧରେ ରୁଜୁ ହେବ ସାର୍ଟିଫିକେଟ କେଶ 

 ଯୋଡାରୁ ସମିର ନନ୍ଦ :  କେନ୍ଦୁଝର ଜିଲ୍ଲା ଖଣି ଜୋରିମାନା ଖିଲାପକାରୀ ୩୧ଟି ଖଣି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଧିବଦ୍ଧ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ଜିଲ୍ଲାପାଳଙ୍କ ଅଦାଲତରେ ସାର୍ଟିଫିକେଟ କେସ ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଖୁବଶୀଘ୍ର ଖିଲାପକାରୀ ଖଣି ମାଲିକମାନଙ୍କୁ ନୋଟିସ ଜାରି କରାଯିବ ଏବଂ ଜୋରିମନା ଟଙ୍କା ଆଦାୟ ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଏଥିପାଇଁ ଏକ ସ୍ୱତନ୍ତ୍ର ସ୍କ୍ୱାଡ଼  ଗଠନ କରାଯାଇଛି ଯେଉଁଥିରେ ବାଣିଜ୍ୟକର, ଆରଟିଓ ତଥା ଅନ୍ୟ ଅଧିକାରୀମାନଙ୍କୁ ସାମିଲ କରାଯାଇଛି।

ଏହି ଖଣିଗୁଡ଼ିକ ମଧ୍ୟରେ ଯୋଡ଼ାରେ ୨୮ଟି ଏବଂ କେନ୍ଦୁଝରରେ ୩ଟି ଖଣି ଅନ୍ତର୍ଭୁକ୍ତ ଅଛି। ମୋଟ ୨୩ଜଣ ଖଣି ମାଲିକଙ୍କ ନାମରେ ଏହି କେସ କରାଯାଉଥିବାରୁ ଏହା ଆଦାୟ ହେଲେ ପାଖାପାଖି ୬୨ହଜାର କୋଟି ଟଙ୍କା ରାଜ୍ୟ ରାଜକୋଷକୁ ଆସି ପାରିବ। ଗତମାସ ୨୪ ତାରିଖରେ ଏ ନେଇ ଖଣି ବିଭାଗ ଜିଲ୍ଲାପାଳଙ୍କ ଅଦାଲତରେ କାର୍ଯ୍ୟାନୁଷ୍ଠାନ ପାଇଁ ଆବେଦନ କରିଥିଲେ। ଆଜି ଜିଲ୍ଲାପାଳଙ୍କ ଅଦାଲତରେ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଆଦେଶ ପ୍ରଦାନ କରିଥିଲେ।

0
0
0
s2sdefault