ହେଡଲାଇନସ୍:

 ବ୍ଲକକୁ ଆସି କଲେ ୫୦ , ଘରେ ଯାଇ କଲେ ୧୫୦ ଟଙ୍କା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ବୌଦ୍ଧ (ସିମୁନ୍ ନାଏକ) ;  ଦେଶର ନାଗରିକଙ୍କ ସକାଶେ ମିଳୁଥିବା ସମସ୍ତ ପ୍ରକାର ସେବା ଓ ସୁବିଧା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଆଧାର କାର୍ଡର ବ୍ୟବସ୍ଥା କରିଛନ୍ତି । ପ୍ରଥମ ପର୍ୟ୍ୟାୟ ବେଳେ ବିଭିନ୍ନ କାରଣରୁ ଏହି କାର୍ଡ ପାଇବାରୁ ବଂଚିତ ହୋଇଥିବା ହିତାଧିକାରୀଙ୍କୁ ନୂତନ ପଂଜିକରଣ କରିବା ସହିତ ପୁର୍ବରୁ ହୋଇଥିବା ଆଧାର କାର୍ଡରେ ଯଦି କୌଣସି ତୃଟି ଥାଏ ତାହାର ସଂଶୋଧନ କରିବା ପାଇଁ ସମ୍ପ୍ରତି ବିଭିନ୍ନ ଜିଲ୍ଲା ମୁଖ୍ୟାଳୟ ଏବଂ ପ୍ରତି ବ୍ଲକ କାର୍ୟ୍ୟଳୟରେ ଗୋଟିଏ ଗୋଟିଏ ପରମାନେଣ୍ଟ ଏନ୍ରୋଲମେଣ୍ଟ ସେଣ୍ଟର (ପିଇସି) ଖୋଲିଛନ୍ତି । ଏହି କାର୍ୟ୍ୟ ପରିଚାଳନା କରିବା ପାଇଁ ବୌଦ୍ଧ ଜିଲ୍ଲାରେ ଶାରଦା ସିଷ୍ଟମ ନାମକ ଏକ ବେସରକାରୀ ଏଜେନ୍ସିକୁ ଦାଇତ୍ୱ  ଦିଆଯାଇଛି । ପ୍ରତିଦିନ ବିଭିନ୍ନ ପ୍ରାନ୍ତରରୁ ଲୋକେ ଏଠାକୁ ଆସି ନିଜ ନିଜର ଆଧାର ପଂଜିକରଣ ଓ ସଂଶୋଧନ କରିଥାନ୍ତି । ହେଲେ ବୌଦ୍ଧ ଭଳି ରାଜ୍ୟର ଏକ ପଛୁଆ ଜିଲ୍ଲାର ଆଦିବାସୀ  ଓ ହରିଜନ ଅଧୁଷିତ ଅଂଚଳ ଭାବେ ଜଣାଶୁଣା ହରଭଙ୍ଗା ବ୍ଲକର ଲୋକଙ୍କର ସଚେତନତାର ଅଭାବ ଓ ସରଳାତାର ସୁଯୋଗ ନେଇ ଦାୟିତ୍ୱରେ ଥିବା ସଂପୃକ୍ତ ସଂସ୍ଥାର ନିର୍ଦ୍ଧିଷ୍ଟ କିଛି କର୍ମଚାରୀ ସେବା ଆଳରେ ସେମାନଙ୍କ ଠାରୁ ଅର୍ଥ ଅସୁଲ କରୁଥିବାର ଅଭିଯୋଗ ହେଉଛି । ଶୁକ୍ରବାର ଦିନ ଏ ନେଇ ଏକ ଲିଖିତ ଅଭିଯୋଗ  ପିଇସିର ନୋଡାଲ ଅଫିସର ଦାୟତ୍ୱରେ ଥିବା ଅଧିକାରୀଙ୍କୁ ଦିଆଯାଇଥିବା ଜଣାଯାଇଛି । ଅଭିଯୋଗ ମତେ ହରଭଙ୍ଗା ବ୍ଲକର ଜଣେ ଜଣାଶୁଣା ସମାଜସେବୀ ସିମୁନ ନାଏକ ଆଧାର କାର୍ଡରେ ନିଜ ପରିବାରର ଦୁଇଜଣ ସଦସ୍ୟଙ୍କ ନାମରେ ହୋଇଥିବା ତୃଟି ସଂଶୋଧନ ଓ ନୂତନ କାର୍ଡ ପଂଜିକରଣ କରିବା ପାଇଁ ବ୍ଲକ ସଦରମହକୁମା ଚାରିଛକରେ ଆଧାର ପଂଜିକରଣ  ଦାୟିତ୍ୱ ଥିବା ଶାରଦା ସିଷ୍ଟମ ଏଜେନ୍ସିର ଡିଷ୍ଟ୍ରିକ୍ଟ କୋର୍ଡିନେଟର ସୁରେନ୍ଦ୍ର କୁମାର ଗାଇଗୌରିଆ ଙ୍କୁ ପରାମର୍ଶ କରିଥିଲେ । ଶ୍ରୀ ଗାଇଗୌରିଆ ତାଙ୍କୁ ଏଥିପାଇଁ ବ୍ଲକ କାର୍ୟ୍ୟଳୟକୁ ଆସିବାକୁ କହିଥିଲେ । ମାତ୍ର ଶ୍ରୀ ନାଏକ କିଛି ଲୋକଙ୍କ ଠାରୁ ସମ୍ପୃକ୍ତ  କର୍ମଚାରୀ ମାନେ ଅର୍ଥ ନେଇ ଘରକୁ ଯାଇ ସେବା ପ୍ରଦାନ କରୁଥିବା ଜାଣିବାକୁ ପାଇବା ପରେ ଶ୍ରୀ ନାଏକ ହରଭଙ୍ଗା ବ୍ଲକରେ ଆଧାର ପଂଜିକରଣ ଦାୟତ୍ୱରେ ଥିବା ନନ୍ଦୁ କର୍ଣଙ୍କୁ ଫୋନ କରି ଆମ ଘରକୁ ଆସି ଦୁଇଜଣଙ୍କ ପଂଜିକରଣ କଲେ କେତେ ଖର୍ଚ୍ଚ ଲାଗିବ କହିବାରୁ ତାଙ୍କ ଘର କେଉଁ ପଂଚାୟତ ଓ କେଉଁ ଗାଁର ବୋଲି ପଚାରିଥିଲେ । ସମ୍ପୁର୍ଣ ଠିକଣା ଜାଣିବା ପରେ ମୁଣ୍ଡପିଛା ୧୫୦ ଟଙ୍କା ଦେଲେ ବ୍ଲକରେ କାମ ସାରି ତୁମ ଘରକୁ ଯାଇ କାମ କରିଦେବୁ ବୋଲି କହିଥିଲେ । ସୂଚନା ଥାଉକି ଭାରତ ସରକାରଙ୍କ ଦ୍ୱାରା  ନୂତନ ଆଧାର ପଂଜିକରଣ ପାଇଁ ନିଶୁଳ୍ପ ଓ ସଂଶଧନ ପାଇଁ ୨୫ ଟଙ୍କା ସହ ୧୮ ପ୍ରତିଶତର ଜିଏସଟି ମିଶାଇ ସମୁଦାୟ ୨୯ ଟଙ୍କା ମୂଲ୍ୟ ଧାର୍ୟ୍ୟ କରାଯାଇଥିବା ବେଳେ ହରଭଙ୍ଗା ବ୍ଲକରେ ନୂତନ ଓ ସଂଶୋଧନ ପାଇଁ ଜଣପିଛା ୫୦ ଟଙ୍କା ଆଦାୟ କରୁଛନ୍ତି । ସବୁଠାରୁ ଗୁରୁତ୍ୱପୁର୍ଣ ବିଷୟ ହେଲା ଏଠାରେ ଟଙ୍କା ରସିଦ ହିତାଧିକାରୀଙ୍କୁ ଦିଆଯାଉନଥିବା ଦେଖିବାକୁ ମିଳିଛି । ହେଲେ ବୌଦ୍ଧ ଜିଲ୍ଲା ସବୁଠାରୁ ପଛୁଆ ତଥା ନିରକ୍ଷରତା ହାରରେ ସବୁଠାରୁ ଆଗରେ ଥିବା ହରଭଙ୍ଗା ବ୍ଲକରେ ଆଧାର କାର୍ଡ ପଂଜିକରଣ ପାଇଁ ଆସୁଥିବା ଲୋକଙ୍କର ସରଳତା ଓ ସଚେତନତାର ସୁଯୋଗ ନେଇ ନିଦ୍ଧିଷ୍ଟ କିଛି କର୍ମଚାରୀ ସେମାନଙ୍କ ଠାରୁ ଅର୍ଥ ଆଦାୟ କରୁଥିବା ବେଳେ ବ୍ଲକ ପ୍ରଶାସନ ଏହାର ସାମାନ୍ୟତମ ସୂଚନା ପାଇବାକୁ ସକ୍ଷ୍ୟମ ନହେବା ଘଟଣା ବୁଦ୍ଧୁଜିବୀ ମହଲକୁ ବିଷ୍ମିତ କରିଛି ।  ବ୍ଲକ ଆଧାର ପରିଚାଳନା ର ନୋଡାଲ ଅଫିସର ସଂଜିତ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ  ସେ ବର୍ତ୍ତମାନ  ପରମାନେଣ୍ଟ ଏନ୍ରୋଲମେଣ୍ଟ ସେଣ୍ଟର(ପିଇସି) କେବଳ ବ୍ଲକ ହେଡକ୍ୱାର୍ଟର  ରେ ହିଁ ଚାଲିଛି । ମାତ୍ର ସିଷ୍ଟମ ଏଠାରୁ କେଉଁଠାକୁ ନନେବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶନାମା  ରହିଛି । ଏଭଳି ଅଭିଯୋଗ ପାଇବା ପରେ ବିଡିଓ ଏବଂ ମୁଁ ସଂପୃକ୍ତ ଏଜେନ୍ସିର ଜିଲ୍ଲା କୋଡିନେଟର ସୁରେନ୍ଦ୍ର କୁମାର ଗାଇଗୌରିଆଙ୍କୁ ଡାକି କଡା ତାଗିଦ କରିଛୁ ଜ୍ଝ ଯଦି ପୁନର୍ବାର ସେଭଳି କୌଣସି ଅଭିଯୋଗ ଆସେ ବାଧ୍ୟ ହୋଇ ତାଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ  ନିଆଯିବ ବୋଲି କହିଥିଲେ । ଜିଲ୍ଲା ପ୍ରଶାସନ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଘଟଣା ସତ୍ୟାସତ୍ୟ ଉପରେ ତଦନ୍ତ କରିବାକୁ ସାଧାରଣରେ ଦାବୀ ହେଉଛି ।

0
0
0
s2sdefault