ହେଡଲାଇନସ୍:

ଭାଲୁ ଆକ୍ରମଣରେ ଦୁଇ ଗୁରୁତର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୁଚିଣ୍ଡା- ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ କୁଚିଣ୍ଡା ଅନ୍ତର୍ଗତ ଫଟାଟାଙ୍ଗର ଓ ବୁରୋଡ଼ିହି ଗ୍ରାମରେ ଏକ ଭାଲୁ ଆକ୍ରମଣରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି l ଗୁରୁତର ଯୁବକ ଜଣକ ହେଲେ ଫଟାଟାଙ୍ଗର ଗ୍ରାମର ସୁଶାନ୍ତ ମୁଣ୍ଡ(୨୯) ଏବଂ ବୁରୋଡ଼ିହି ଗ୍ରାମର ଅଞ୍ଜଳି ସୋରଙ୍ଗ ଙ୍କୁ ଭାଲୁ କାମୁଡ଼ି ଦେଇଥିଲା l ଫଳରେ ତାଙ୍କୁ କୁଚିଣ୍ଡା ଡ଼ାକ୍ତରଖାନା ଭର୍ତ୍ତି କରାଯାଇଛି l 

ସୂଚନା ଅନୁଯାୟୀ ସୁଶାନ୍ତ ନିଜ ଗାଁର ପତ୍ରା ଜଙ୍ଗଲକୁ ମହୁଲ ଫୁଲ ସଂଗ୍ରହ କରିବାକୁ ଯାଇଥିବା ବେଳେ ଏକ ଭାଲୁ ହଠାତ ପଛ ପଟୁ ଆସି ସୁଶାନ୍ତ କୁ ଆକ୍ରମଣ କରିଥିଲା l ଭାଲୁ ତାଙ୍କୁ ଆକ୍ରମଣ ପରେ ଭାଲୁଟି ବୁରୋଡ଼ିହି ଆଡ଼କୁ ଚାଲିଯାଇଥିଲା l ସେହି ଗ୍ରାମର ଅଞ୍ଜଳି ମଧ୍ୟ ଭାଲୁ ଆକ୍ରମଣ ରେ ଶିକାର ହୋଇଥିଲେ l  ଉଭୟ କୁଚିଣ୍ଡା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି l

0
0
0
s2sdefault