ହେଡଲାଇନସ୍:

ସମ୍ବଲପୁର  ଜିଲ୍ଲା  ଆଦିବାସୀ ଦଳିତ ସେନାର ନିର୍ବାଚନ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର (ରମାକାନ୍ତ ବିଶ୍ୱାଳ) : ସମ୍ବଲପୁର ଜିଲ୍ଲା ରେ ଆଦିବାସୀ ତଥା ଦଳିତ ମାନଙ୍କୁ ସେମାନଙ୍କ ହକ ତଥା ଅଧିକାର ପ୍ରଦାନ ପାଇଁ କାର୍ଯ୍ୟ କରୁଥିବା ଅଗ୍ରଣୀ  ସଂଗଠନ ସମ୍ବଲପୁର ଜିଲ୍ଲା ଆଦିବାସୀ ଦଳିତ ସେନାର ବିଶେଷ ଵୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଵୈଠକ ରେ ସଂଗଠନ ଆଗାମୀ କାର୍ଯ୍ୟପନ୍ଥା ନେଇ ବିଶେଷ ଆଲୋଚନା କରାଯାଇଥିଲା । ଏଥିସହ ସଂଗଠନ ର ନୂତନ କର୍ମକତ୍ତା ଙ୍କ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଥାଏ । ସମ୍ବଲପୁର ଜିଲ୍ଲା ଆଦିବାସୀ ଦଳିତ ସେନା ର ନୂତନ ସଭାପତି ଭାବରେ ସୁବେସ ମୁଣ୍ଡା , ଉପସଭାପତି ଭାବରେ ନିହାଲ ସିଂ ,  ସଂପାଦକ ଭାବେ  ଶେଖର ଓରାମ ଙ୍କୁ ନିର୍ବାଚନ କରାଯାଇଥିଲା । ଏଥିସହ ସଂଗଠନ ର ଆଞ୍ଚଳିକ ଶାଖା ସହ ବୁର୍ଲା ଓ ହିରାକୁଦ ଶାଖା ପାଇଁ ମଧ୍ୟ ନୂତନ କର୍ମକତ୍ତା ଙ୍କୁ ନିର୍ବାଚିତ କରାଯାଇ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।

0
0
0
s2sdefault