ହେଡଲାଇନସ୍:

ପିଆରଏମ ମେଡ଼ିକାଲରେ ଜଣେ ଡ଼ାକ୍ତର ଓ ୨ କର୍ମଚାରୀ କରୋନା ପଜିଟିଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଦ୍ୱିତୀୟ ଡୋଜ ଟୀକା ନେବା ସତ୍ୱେ ଚକ୍ଷୁ ବିଭାଗର ମହିଳା କର୍ମଚାରୀ କରୋନା ପଜିଟିଭ

  • ବନ୍ଦ ରହିଥିବା ଚକ୍ଷୁ ବିଭାଗ ଆଜିଠାରୁ ଖୋଲିଲା

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପିଆରଏମ ମେଡ଼ିକାଲ କଲେଜ ଓ ହସପିଟାଲରେ ଜଣେ ଡ଼ାକ୍ତର ଓ ଦୁଇ ଜଣ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ମିଶାଇ ମୋଟ ୩ ଜଣ କରୋନା ଯୁଦ୍ଧା କୋଭିଡ଼-୧୯ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଏହାମଧ୍ୟରେ ଚକ୍ଷୁ ବିଭାଗରେ ଜଣେ ଚତୃର୍ଥ ଶ୍ରେଣୀର ନହିଳା କର୍ମଚାରୀ ରହିଛନ୍ତି । ଏହି ମହିଳା କର୍ମଚାରୀ ଜଣକ ପ୍ରଥମ ଓ ଦ୍ୱିତୀୟ ଡୋଜ ଟୀକା ନେବା ପରେ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ଚକ୍ଷୁ ବିଭାଗକୁ ବନ୍ଦ କରିଦିଆଯାଇଥିଲା । ବିଭାଗକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯିବା ପରେ ଆଜି ଖୋଲା ଯାଇ ରୋଗୀମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଥିବାର ଜଣାପଡ଼ିଛି । 

 

0
0
0
s2sdefault