ହେଡଲାଇନସ୍:

ଖାଣ୍ଡବା ଗ୍ରାମରେ "ସଖୀ"- ୱାନଷ୍ଟପ କେନ୍ଦ୍ର ପକ୍ଷରୁ ବାଲ୍ୟ ବିବାହ ନିଷେଧ ଆଇନ ସମ୍ପର୍କିତ ସଚେତନତା ଅଭିଯାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : "ସଖୀ"- ୱାନଷ୍ଟପ କେନ୍ଦ୍ର ପକ୍ଷରୁ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖଣ୍ଡବା ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟର ସଭାଗୃହ ଠାରେ ବାଲ୍ୟ-ବିବାହ ନିଷେଧ ଆଇନ ସମ୍ପର୍କିତ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  କାଶୀନଗର ବ୍ଲକର ୩ ଗୋଟି ପଞ୍ଚାୟତ ଯଥା:- ବୁଦୁରା , ଗୋରିବନ୍ଧା ଓ ଖାଣ୍ଡାବା ପଞ୍ଚାୟତ ଅଞ୍ଚଳର ୬୦ ଜଣ ଅଙ୍ଗନବାଡି କର୍ମୀ ମାନଙ୍କୁ ନେଇ  ଖାଣ୍ଡବା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 

ଏହି କାର୍ଯ୍ୟକ୍ରମରେ ଖାଣ୍ଡବା ପଞ୍ଚାୟତ ସରପଞ୍ଚ ଶ୍ରୀ ଜଗନ୍ନାଥ ଦୋରା ଏବଂ ଆଇସିଡିଏସ: ସୁପରଭାଇଜର ଶ୍ରୀମତୀ ଭାଗ୍ୟବତୀ ପଟ୍ଟନାୟକଙ୍କ ସମେତ ବହୁ ସଂଖ୍ୟାରେ ଅଙ୍ଗନବାଡି କର୍ମୀମାନେ  ଯୋଗ ଦେଇଥିଲେ ।    ଏହି କାର୍ଯ୍ୟକ୍ରମରେ "ସଖୀ"-ୱାନଷ୍ଟପ କେନ୍ଦ୍ରର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ଯୋଗଦେଇ ବାଲ୍ୟ-ବିବାହ ନିଷେଧ ଆଇନର ବିଭିନ୍ନ ଦିଗ ଉପରେ ବୁଝାଇଥିଲେ । 

ମୁଖ୍ୟତଃ ଏହି ଆଇନରେ ସମ୍ପୃକ୍ତ ଦୋଷୀଙ୍କ ପାଇଁ ରହିଥିବା ଦଣ୍ଡବିଧାନ ଯାହାକି , ୨ ବର୍ଷ ଜେଲ ସହ ୧ ଲକ୍ଷ ଟଙ୍କା ଜୋରିମାନା ରହିଥିବା ଉପରେ କହି ବୁଝାଇଥିଲେ । ଏତଦ ବ୍ୟତୀତ ବାଲ୍ୟ-ବିବାହର କୁ ପ୍ରଭାବ , ବାଲ୍ୟବିବାହ ପାଇଁ କିଏ କିଏ ଦାୟୀ , ବାଲ୍ୟ-ବିବାହ ନିଷେଧ ଅଧିକାରୀଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ କଣ , ୧୮୧ ନମ୍ବର ଓ ୧୦୯୮ ନମ୍ବର କିଭଳି ଓ କେଉଁ ପରିସ୍ଥିତିରେ ସାହାର୍ଯ୍ୟ ଓ ସହାୟତା ପାଇଁ ଡାଏଲ କରି ପାରିବେ ପ୍ରଭୃତି ଉପରେ "ସଖୀ"-ୱାନଷ୍ଟପ କେନ୍ଦ୍ରର ପରିଚାଳିକା ଶ୍ରୀମତି ଭାଗ୍ୟଲକ୍ଷ୍ମୀ ନାୟକ ଉପସ୍ଥିତ ଅଙ୍ଗନବାଡି କର୍ମୀ ଓ ଅନ୍ୟ ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇ ସଚେତନ କରାଇଥିଲେ । 

ଏହି ସମସ୍ତ କାର୍ଯ୍ୟକ୍ରମକୁ "ସଖୀ" ୱାନଷ୍ଟପ କେନ୍ଦ୍ରର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ , କାଉନସିଲର ଶ୍ରୀଦେବୀ ରଇତ ଏବଂ କେଶ ୱରକେଟ୍ ମଧୁସ୍ମିତା ପାଢ଼ୀ ପ୍ରମୁଖ ପରିଚାଳନା'ରେ ସହଯୋଗ କରିଥିଲେ ।

0
0
0
s2sdefault