ହେଡଲାଇନସ୍:

ନିଜର ହିଂସ୍ର ଆଚରଣ ଲୁଚାଇବାକୁ ବିଜେପିର କୁମ୍ଭୀର କାନ୍ଦଣା: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଜେପି ନିଜର ହିଂସ୍ର ଆଚରଣ ଲୁଚାଇବାକୁ ଯାଇ ଚୋର ମୁହଁ ଟାଣ ନ୍ୟାୟରେ ଆଜି ପୁଣି ଥରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟକୁ ଯାଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି  | ବିଜେପି ଅଭିଯୋଗର ଜବାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ ପିପିଲି ଉପନିର୍ବାଚନରେ ନିଜର ଶୋଚନୀୟ ପରାଜୟ ଜାଣିବାପରେ ରାଜ୍ୟ ବିଜେପି ଏବେ ଏ ପ୍ରକାରର ମିଥ୍ୟା ଓ ଭିତ୍ତିହୀନ ଅପପ୍ରଚାରରେ ମାତିଛି । ଓଡିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ଉତ୍ତରପ୍ରଦେଶ ଓ ବିହାର ଭଳି ରାଜନୈତିକ ହିଂସା ଘଟାଇବା ପାଇଁ ବିଜେପି ଅଣ୍ଟା ଭିଡିଛି । ବିଜେପୁର ଉପନିର୍ବାଚନରେ ନିର୍ବାଚନୀ ହିଂସା ହେଉ କିମ୍ବା ଗତ ସାଧାରଣ ନିର୍ବାଚନ ସମୟରେ ହେଉ, ବିଜେପି ହିଂସାର ରାଜନୀତିକୁ ଆପଣେଇ ଓଡିଶା ଭଳି ପବିତ୍ର ଓ ଶାନ୍ତିପ୍ରିୟ ରାଜ୍ୟକୁ କଳୁଷିତ ପାଇଁ ଚେଷ୍ଟା କରିଆସୁଛି । ବିଜେପିର ଏଭଳି ହିଂସ୍ର ନିର୍ବାଚନୀ ରାଜନୀତିକୁ ଓଡ଼ିଶାବାସୀ କେବେବି ଗ୍ରହଣ କରିନାହାନ୍ତି ଏବଂ ଏଥିପାଇଁ ବିଗତ ନିର୍ବାଚନଗୁଡିକରେ ଦଳକୁ ପରାସ୍ତର ବାଟ ଦେଖାଇଛନ୍ତି । ଏଥର ପିପିଲିବାସୀ ମଧ୍ୟ ବିଜେପିର ଏହି ନିର୍ବାଚନୀ ହିଂସାକୁ ଗ୍ରହଣ କରିବେ ନାହିଁ । ଏଭଳି ଆଚରଣ ପାଇଁ ବିଜେପିକୁ ଉଚିତ ଜବାବ ଦେବା ସହିତ ହିଂସାକୁ ପ୍ରଶ୍ରୟ ଦେଉଥିବା ଏହି ଦଳକୁ ଓଡିଶାବାସୀ କ୍ଷମା କରିବେ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

 

0
0
0
s2sdefault