ହେଡଲାଇନସ୍:

ଆସନ୍ତା କାଲିଠାରୁ ଆନ୍ଧ୍ର ଓଡ଼ିଶା ସୀମାରେ ଯାଞ୍ଚ କଡାକଡି କରାଯିବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

" ରାୟଗଡ ଜିଲ୍ଲାପାଳ ଅନୁଧ୍ୟାନ  କଲେ ତାଡ଼ମl କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଓ କେରଡ଼ା ଚେକ ପଏଣ୍ଟ "

ରାୟଗଡ/ ସରୋଜ କୁମାର ସାହୁ:ଦେଶରେ ପୁଣି ଥରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ଓ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶ ଅନୁଯାୟୀ  କୋଭିଡ୍ ସୁରକ୍ଷା ନିୟମକୁ କଡାକଡି  ଭାବେ ପାଳନ କରିବାକୁ ଜିଲ୍ଲା  ପ୍ରଶାସନ ପ୍ରସ୍ତୁତି ଚଳାଇଛି l ଆସନ୍ତା  ତା12.04.21ରିଖ ଠାରୁ  ଜିଲ୍ଲାର ପଡୋଶୀ ରାଜ୍ୟ ସୀମା ସବୁ ସିଲ କରାଯିବ ଓ ଯାଞ୍ଚ କରାଯିବା l ରାୟଗଡ ଜିଲ୍ଲା ଆନ୍ଧ୍ର ପ୍ରଦେଶ ସୀମା ଯଥା ରାୟଗଡ଼ ବ୍ଲକର କେରେଡା, ଗୁଣପୁର ବ୍ଲକର ଜଗନ୍ନାଥପୁର ପଞ୍ଚାୟତର ବସନଗୁଡ଼l ଓ ରାମନାଗୁଡ଼ା ବ୍ଲକର କାଟିକି ସୀମା ସିଲ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l  ସେହି କ୍ରମରେ ଏହି ଚେକ ପଏଣ୍ଟ ଗୁଡିକରେ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି l ଆଜି ରାୟଗଡ଼ ଜିଲ୍ଲାପାଳ ଶ୍ରୀ ସରୋଜ  କୁମାର ମିଶ୍ର ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା  ଅନୁଧ୍ୟାନ କରିଛନ୍ତି l ପ୍ରଥମେ  ସ୍ଥାନୀୟ ତାଡମl କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସମସ୍ତ ପ୍ରକାର ଆୟୋଜନ ଅନୁଧ୍ୟାନ କରିଥିଲେ l ଏହି କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପୁଣି ଥରେ କାର୍ଯ୍ୟକ୍ଷମ କରାଯିବା ଓ କୋଭିଡ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇଦିଆଯିବ l

ଏହାପରେ ଜିଲ୍ଲାପାଳ କେରଡା ଚେକ ପେଏଣ୍ଟ ପରିଦର୍ଶନ କରି  ସମସ୍ତ ପ୍ରସ୍ତୁତିକୁ ଅନୁଧ୍ୟାନ କରିଥିଲେ l ଏହି ଚେକ ପେଏଣ୍ଟ ଦେଇ ବହୁ ସଂଖ୍ୟାରେ ପଡୋଶୀ ଆନ୍ଧ୍ର ପ୍ରଦେଶରୁ ଲୋକମାନେ  ଓ ଗାଡି ମୋଟର ରାୟଗଡ଼କୁ ଆସୁଥିବାରୁ ଏଠାରେ କଡାକଡି ଭାବେ ଯାଞ୍ଚ କରାଯିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l ଏଠାରେ ଟିକlକରଣ  ଓ ଆରଟିପିସିଆର ପରିକ୍ଷା ନେଇ ଡକୁମେଣ୍ଟ ଦାଖଲ କରିବେ l ଆବଶ୍ୟକ ପଡିଲେ ସେମାନଙ୍କୁ 7ଦିନିଆ କ୍ଵlରେଣ୍ଟାଇନରେ  ରଖାଯିବl ପାଇଁ ବ୍ୟବସ୍ଥା କରାଯିବ l

ଏଥିରେ ପୋଲିସ ଟିମ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ଆଞ୍ଚଳିକ ପରିବହନ କର୍ମଚାରୀ ଓ ସରକାରୀ କର୍ମଚାରୀ  24ଘଣ୍ଟା ରହି କାର୍ଯ୍ୟକ୍ରମ ନିର୍ବାହ କରିବେ l  ସମସ୍ତ ଯାତ୍ରୀ ଓ ମୋଟର କର୍ମଚାରୀ ମାନଙ୍କୁ ମାସ୍କ ଓ ସାନିଟାଇଜେର ବ୍ୟବହାର କରିବାକୁ କୁହାଯିବ l 

ଏହାପୂର୍ବରୁ  ଜିଲ୍ଳାପାଳ  ମିଶ୍ର  ଆଜି ମଧ୍ୟ  ସହରର କପିଳାଶ ଛକ ଓ ତା ପାଖ  ଦୋକାନ ବଜାରରେ  ଚାଲି ଚାଲି  ବିିଭିନ୍ନ ଦୋକାନ  ଆଦିକୁ ଅଚାନକ ଗସ୍ତ କରି ମାସ୍କ ପିନ୍ଧି ନ ଥିବା  ଗ୍ରାହକ ଏବଂ କୋଭିଡ୍ ନିୟମ ପାଳନ କରୁ ନ ଥିବା ବ୍ୟବସାୟୀଙ୍କୁ ତାଗିଦ  କରାଯିବl ସହ  ଚେତାବନୀ ଦେଇଥିଲେ  l

       ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡାଙ୍କ ସମେତ  ରାୟଗଡ ବିଡ଼ିଓ  ଶ୍ରୀ ରାଜେନ୍ଦ୍ର ମାଝୀ, ପରିବହନ ଅଧିକାରୀ ଓ ଆନ୍ୟl  ଅଧିକାରୀ  କର୍ମଚାରୀ ମାନେ  ଉପସ୍ଥିତ ରହିଥିଲେ ।

0
0
0
s2sdefault