ହେଡଲାଇନସ୍:

ହାଇଦର କଟକ ବଡ ଡାକ୍ତରଖାନାରୁ ଫେରାର  ଘଟଣା :  ସମ୍ବଲପୁରରେ ହଲଚଲ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ତୁହା କୁ ତୁହା ଜରୁରୀ ବୈଠକ, ୬ ପୋଲିସ କର୍ମଚାରୀ ନିଲମ୍ବିତ।

ସମ୍ବଲପୁର(ରମାକାନ୍ତ ବିଶ୍ୱାଳ) : ହାଇଦର ଫେରାର ହେବା ଘଟଣା କୁ ନେଇ ସମ୍ବଲପୁର ରେ ଆରମ୍ଭ ହୋଇଛି ପ୍ରଶାସନିକ ହଲଚଲ । ମଣ୍ଡଳ ଜେଲ, ବୁର୍ଲା ଭିମସାର  ଓ ସମ୍ବଲପୁର ଏସପିଙ୍କ କାର୍ଯ୍ୟାଳୟ ରେ ବସିଛି ତୁହା କୁ ତୁହା ଜରୁରୀ ବୈଠକ । ହାଇଦରକୁ କଟକ ଏସ୍ସିବି  ମେଡ଼ିକାଲ ନେବାପାଇଁ ସମସ୍ତ ଆଦେଶ ର ତନ୍ନତନ୍ନ ସମୀକ୍ଷା ଆରମ୍ଭ ହୋଇଥିଲା । ଏସକର୍ଟ ପାର୍ଟି ରେ କେଉଁମାନେ ଥିଲେ, ଫେରାର ହେବା ସମୟର ସମସ୍ତ ସ୍ଥିତି କିପରି ଥିଲା , କେଉଁ ପରିସ୍ଥିତିରେ ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ, ବୁର୍ଲା ଭିମସାର  ଭଳି ହସ୍ପିଟାଲ ଛାଡି ଚିକିତ୍ସା ପାଇଁ କଟକ ରେଫର କରାଯାଇଥିଲା ସେସବୁ ପ୍ରସଙ୍ଗର ଟିକନିକ ସମୀକ୍ଷା କରାଯାଇଥିଲା। ହାଇଦର ଫେରାର ଘଟଣା ରେ 6 ଫୁଲିସ କର୍ମଚାରୀ ନିଲମ୍ବିତ ଜଣେ ହାବିଲଦାର ଙ୍କ ସହ ପାଞ୍ଚ କନେଷ୍ଟବଳ ନିଲମ୍ବିତ ନିଲମ୍ବନ କଲେ ସମ୍ବଲପୁର ଏସପି  ହାବିଲଦାର ରମେଶ ଚନ୍ଦ୍ର ଦେହୁରୀ, କନେଷ୍ଟବଳ ବୁଲବୁଲ ସାହୁ, ଦୀପକ ସାହୁ, ଏମ:ଡି :ମୌସିମ, ଉମାକାନ୍ତ ବେହେରା, ସୁଧାଂଶୁ ମାଝି ନିଲମ୍ବିତ ହେବାର ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ।

0
0
0
s2sdefault