ହେଡଲାଇନସ୍:

ଭିମସାର ରକ୍ତଭଣ୍ଡାରରେ ରକ୍ତର ଅଭାବ ପୁରଣ ପାଇଁ ରକ୍ତଦାନ ଶିବିର।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର (ରମାକାନ୍ତ ବିଶ୍ୱାଳ) :  ସମ୍ବଲପୁର କ୍ଷେତରାଜପୁର ସ୍ଥିତ ଭୋଜପରୀ ଭବନ ଠାରେ ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ସଂସ୍ଥାନ ଏବଂ ଭୋଜପୁରୀ ସମାଜ ସମ୍ବଲପୁର ର  ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ସମୁଦାୟ ୧୮୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ବର୍ତ୍ତମାନ ଗ୍ରୀଷ୍ମପ୍ରବାହ ସହ କୋଭିଡ ସଂକ୍ରମଣ ବୄଦ୍ଧି ପାଇବା ଯୋଗୁଁ ବିଭିନ୍ନ ରକ୍ତଭଣ୍ଡାର ଗୁଡିକରେ ରକ୍ତର ଅଭାବ ଦେଖାଦେଲାଣି । ପଶ୍ଚିମ ଓଡିଶାର ସ୍ୱାସ୍ଥ୍ୟ ବ୍ୟବସ୍ଥା ର ମୁଖ୍ୟାଳୟ ଭିମସାର ର ରକ୍ତଭଣ୍ଡାର ରେ କିଛି ଦିନ ହେବ ରକ୍ତର ଅଭାବ ଦେଖା ଦେଈଥିବାରୁ ଏହାକୁ ପୁରଣ କରିବା ପାଇଁ ଏହି ରକ୍ତଦାନ ଶିବିର ମାଧ୍ୟମରେ ପ୍ରୟାସ କରାଯାଇଥିଲା । 

 

କୋଭିଡ – ୧୯ ନିୟମାନୁଯାୟୀ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭିମସାରର ଛାତ୍ର ସଂଘ ନେତା ରାହୁଲ ସିଂହଙ୍କ ସମେତ ସମ୍ବଲପୁର ଭୋଜପୁରୀ ସମାଜର ସବୁ କାର୍ଯ୍ୟକର୍ତ୍ତା ରକ୍ତଦାନ ଶିବିର   ଆୟୋଜନ ରେ ସହଯୋଗ କରିଥିଲେ ।

0
0
0
s2sdefault