ହେଡଲାଇନସ୍:

ସମ୍ବଲପୁର ଦେବାଇପାଲି ଗ୍ରାମ ଠାରେ ଓଡ଼ିଶା ରବିଦାସ ସମାଜର ସାଧାରଣ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର(ରମାକାନ୍ତ ବିଶ୍ୱାଳ):ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ ଦେବାଇପାଲି ଗ୍ରାମ ଠାରେ ଓଡ଼ିଶା ରବିଦାସ ସମାଜର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡ଼ିଶା ରବିଦାସ ସମାଜ ସମ୍ବଲପୁର ଜିଲ୍ଲା କମିଟି ର ସଭାପତି କେଶବ ରୋହିଦାସ, ଉପସଭାପତି ଦିଲ୍ଲୀପ ମେହେର, ସମ୍ପାଦକ ଯୁଧିଷ୍ଠିର ରୋହିଦାସ, କୋଷାଧ୍ୟକ୍ଷ ସନାତନ କେନ୍ଦୁ, ସମୀକ୍ଷକ ଧ୍ରୁବଚରଣ ରୋହିଦାସ, ଉପଦେଷ୍ଟା ଏବଂ ରାଜ୍ୟ କମିଟି ର ସାଧାରଣ ସମ୍ପାଦକ କୁନ୍ଦୁରୁ ଦାସ, ଏବଂ ସମାଜ ର ଜଣେ ବରିଷ୍ଠ କର୍ମି ଲକ୍ଷ୍ମୀକାନ୍ତ ଉଗର ଯୋଗଦେଇଥିଲେ। ଏହି ବୈଠକରେ ଧନକଉଡା ବ୍ଲକ ର ନୂତନ ବ୍ଲକ କମିଟି ଗଠନ ପାଇଁ ପ୍ରଥମେ ୧୫ ଜଣ ସଦସ୍ୟ ଚୟନ ପରେ ସଭାପତି କ୍ଷେତ୍ରମଣି କେନ୍ଦୁ, ଉପସଭାପତି ସୁନିଲ ମେହେର, ସମ୍ପାଦକ ଯିବର୍ଦ୍ଧନ ମେହେର, ସହ ସମ୍ପାଦକ ଜୟରାମ ମେହେର, କୋଷାଧ୍ୟକ୍ଷ ଶ୍ରୀକାନ୍ତ ମେହେର, ସମୀକ୍ଷକ ଜଗଦୀଶ ରୋହିଦାସ ଙ୍କୁ ମନୋନୀତ କରାଯାଇଛି। ଶେଷରେ ସମାଜରେ ହେଉଥିବା କୁକର୍ମ, ଧର୍ମ ପରିବର୍ତ୍ତନ ଏବଂ ସମାଜର ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ଆଲୋଚନା ହୋଇଥିଲା । ଏହି ସଭାକୁ ଲକ୍ଷ୍ମୀକାନ୍ତ ଉଗର ପରିଚାଳନା କରିବା ବେଳେ ଶେଷରେ ଧ୍ରୁବଚରଣ ରୋହିଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ  କରିଥିଲେ।

 

0
0
0
s2sdefault