ହେଡଲାଇନସ୍:

ବିଧାୟକଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଲୋକାର୍ପିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର (ରମାକାନ୍ତ ବିଶ୍ୱାଳ):  ଯୁଯୋମୁରା ବ୍ଲକ ମେଘପାଳ ପଞ୍ଚାୟତରେ ଆଜି ସରକାରୀ ଉପମୁଖ୍ୟ ସଚେତକ ତଥା ରେଢାଖୋଲ ବିଧାୟକ ଇଂ ରୋହିତ ପୂଝାରୀଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ କାମ ଲୋକାର୍ପିତ ହୋଇଛି । ଏହି ପଞ୍ଚାୟତର ଟାମ୍ପରସିଙ୍ଗା ଠାରେ ଓଡିଶା ସରକାରଙ୍କ ଅନସୁଚିତ ଜନ ଜାତି ବିଭାଗ ପକ୍ଷରୁ ନବ ନିର୍ମିତ ବହୂମୁଖୀ ସାଂସ୍କୃତିକ ଓ ଚିତ୍ତ ବିନୋଦନ କେନ୍ଦ୍ରକୁ ଫିତା କାଟି ସର୍ବସାଧାରଣଙ୍କ ପାଇଁ ଲୋକାର୍ପିତ କରିଥିବା ବେଳେ ବିଧାୟକ ପାଣ୍ଠିରୁ ମେଘପାଳ ପଞ୍ଚାୟତକୁ ଅନୁଦାନ ପ୍ରାପ୍ତ ପାଣିଟାଙ୍କିକୁ ମଧ୍ୟ ସରପଞ୍ଚ ଶ୍ରୀମତୀ ମମତା ପ୍ରଧାନଙ୍କ ସହିତ ସବୁଜ ପତକା ଦେଖାଇ କରିଥିଲେ । ଏହା ପୁର୍ବରୁ ମେଘପାଳ ଖ୍ରୀଷ୍ଟିଆନ ସମାଜର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ବ୍ଲକ ସଭାପତି ବିନୋଦ କୁମାର ବଡପଣ୍ଡା,ସାମାଜିକ କର୍ମୀ ଡା.ରାଜାରାମ ଷଡଙ୍ଗୀ ,ହୃଦାନନ୍ଦ ପ୍ରଧାନ,କେଶବ ମେହେର,ବିନାସି ହେମ୍ରମ୍ ଜନସନ ଯୁଯୋ,ଜେଇ ଚିରଞ୍ଜିବି ନାଥ,ଇଓ କରୁଣାକର ବାରିକ,ଜିଆରଏସ ପ୍ରମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ କରୋନା ପ୍ରତିକାରାତ୍ମକ ପାଇଁ ଜନ ସଚେତନତା ମଧ୍ୟ କରାଯାଇଥିଲା ।

 

0
0
0
s2sdefault