ହେଡଲାଇନସ୍:

ଜିଲ୍ଳାରୁ ଆଉ ୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ,(ସତ୍ୟ ଭୂଷଣ ସ୍ୱାମୀ) : ଜିଲ୍ଲାରୁ ଆଉ ୩୦ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାର ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଶତକ ପାର କରି ୧୨୩ରେ ପହଞ୍ଚିଛି । ଜିଲ୍ଳାରୁ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୬୫୯ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୭୫୧୧ଜଣ । ନୂତନ ଆକ୍ରାନ୍ତ ମଧ୍ୟରେ ଭଦ୍ରକ ପୌରପାଳିକାର ୬ ନଂ ୱାର୍ଡର ଶାରଦାବିହାର ଅଞ୍ଚଳରୁ ଜଣେ, ଭଦ୍ରକ ବ୍ଳକ ବଣିଆ  ପଞ୍ଚାୟତ ଶରଗଡ଼ିଆ ଗ୍ରାମରୁ ଜଣେ, ଏରେଇଁ ପଞ୍ଚାୟତ  ଏରେଇଁ ଗ୍ରାମରୁ ଜଣେ, ଗେଲପୁର ପଞ୍ଚାୟତ ଗେଲପୁର ଗ୍ରାମରୁ ୨ଜଣ, କୋରଡାଙ୍ଗ ଗ୍ରାମରଜଣେ, ମାଟିଆପିତୁଳୀ ଗ୍ରାମରୁ ୩ଜଣ, ବଣିଆ ୯ଜଣ, ଭଣ୍ଡାରିପୋଖରୀ ବ୍ଳକର ଅଢେଇକଣା ଗ୍ରାମରୁ ଜଣେ, କହରାପୋଖରୀ ଗ୍ରାମରୁ ଜଣେ, ଆକୁଲିକଣା ଗ୍ରାମରୁ ଜଣେ, ବାରିକପୁର ଗ୍ରାମରୁ ଜଣେ,  ବନ୍ତ ବ୍ଳକ ସାହୁପଡ଼ା ଗ୍ରାମରୁ ଜଣେ, ତୋଡଙ୍ଗା ଗ୍ରାମରୁ ଜଣେ, ପରିବିନ୍ଧା ଗ୍ରାମରୁ ଜଣେ, ବଡ଼ସନ୍ଦାଡେ଼ା ଗ୍ରମାରୁ ଜଣେ, ଚାନ୍ଦବାଲି ବ୍ଳକ ଶାସ୍ତ୍ରୀଘାଟ ବଡ଼ବଜାରରୁ ଜଣେ,  ବିରିଆଡିଆ ଗ୍ରାମରୁ ଜଣେ, ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଞ୍ଚଳର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।   

0
0
0
s2sdefault