ହେଡଲାଇନସ୍:

‘ସିଏସଆର’ ଆଇନ୍ କାର୍ଯ୍ୟକାରିତା ଲୋକଙ୍କ ହିତରେ କରାଯାଉ :ଜିଲ୍ଲାପାଳ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

22-06-18-CSR-activies-meet-.jpg - 52.90 kB

ବାଲେଶ୍ୱର(ଉଜ୍ଜ୍ୱଳ କର ): ପ୍ରଶାସନ ପକ୍ଷରୁ ଜିଲ୍ଲାର ସର୍ବାଙ୍ଗୀନ ବିକାଶରେ କମ୍ପାନି ତଥା ଶିଳ୍ପାନୁଷ୍ଠାନଙ୍କ ସାମାଜିକ ଦାୟିତ୍ୱବୋଧତା(ସିଏସଆର) ଆଇନର  ପୂର୍ଣ୍ଣ କାର୍ଯ୍ୟକାରିତା ସମ୍ପର୍କିତ ଏକ ସମୀକ୍ଷା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ  ହୋଇଯାଇଛି । ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଏଥିରେ ଅଧ୍ୟକ୍ଷତା କରିବା ସହିତ ଏହି ଆଇନର ବ୍ୟାଖ୍ୟା କରିବା ସହିତ କମ୍ପାନିମାନେ ବିଶେଷ ଯତ୍ନବାନ ହେବାକୁ ଶିଳ୍ପାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ । ବିଶେଷ କରି ପ୍ରଶାସନ ସହ ପରାମର୍ଶ ପୂର୍ବକ ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ପାନୀୟ ଜଳ ସମସ୍ୟା, ପରିମଳ, ପରିବେଶ ସୁରକ୍ଷା, ଶିକ୍ଷା,  ଯୋଗାଯୋଗ, ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ ପ୍ରଭୃତି କ୍ଷେତ୍ରର ବିକାଶ ନେଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଶ୍ରୀ ରାଉତ ଶିଳ୍ପାନୁଷ୍ଠାନ ପ୍ରତିନିଧିମାନଙ୍କୁ ଆହ୍ୱାନ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ମାନସ ରଂଜନ ପାଢ଼ୀ, ବାଲେଶ୍ୱର ଉପ-ଜିଲ୍ଲାପାଳ ନୀଲୁ ମହାପାତ୍ର, ନୀଳଗିରି ଉପ-ଜିଲ୍ଲାପାଳ ଆବୋଲି ନରୱାଣେ, ଏଡିସନାଲ ଏସପି ରମେଶ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଏଥିରେ ଯୋଗଦେଇ ବିଭିନ୍ନ ପ୍ରତିଷ୍ଠାନ  କର୍ତ୍ତୃପକ୍ଷଙ୍କୁ ସେମାନଙ୍କ ବିକାଶମୂଳକ କାର୍ଯ୍ୟଧାରା ସମ୍ପର୍କରେ ଅବଗତ କରିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ବିଭନ୍ନ କ୍ଷେତ୍ରରେ ଉନ୍ନତିମୂଳକ କାର୍ଯ୍ୟର ଦାୟିତ୍ୱ ସେମାନଙ୍କୁ ଅର୍ପଣ କରାଯାଇଥିଲା । ବିଭିନ୍ନ ବ୍ୟାଙ୍କର ଅଧିକାରୀ, ଶିଳ୍ପାନୁଷ୍ଠାନ ପ୍ରତିନିଧି, ବିଡିଓ, ତହସିଲଦାରଙ୍କ ସମେତ ବଭିନ୍ନ ବିଭାଗର ଅଧିକାରୀମାନେ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

 

0
0
0
s2sdefault