ହେଡଲାଇନସ୍:

ମୋଦୀ ଟୀକା କହି ସୋସିଆଲ ମିଡିଆରେ ଟ୍ରୋଲ ହେଲେ ଲେଖାଶ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୂବନେଶ୍ବର,:  କୋଭିଡ ଭ୍ୟାକ୍ସିନକୁ ମୋଦୀ ଟୀକା ବୋଲି କହି ଟ୍ରୋଲ ହୋଇଛନ୍ତି ବିଜେପି ନେତ୍ରୀ  ଡ଼ ଲେଖାଶ୍ରୀ ସାମନ୍ତସିଂହାର । କୋଭିଡ ଭ୍ୟାକ୍ସିନର ପ୍ରଥମ ଡୋଜ ନେବା ଅବସରରେ ଲେଖାଶ୍ରୀ  ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ "ମୋଦୀ-ଟିକା" ନେଲେ ବୋଲି ଉଲ୍ଲେଖ କରିଛନ୍ତି । ଫଳ ସ୍ବରୂପ ସୋସିଆଲ ମିଡିଆରେ ଲେଖାଶ୍ରୀଙ୍କୁ ଭାରି ଟ୍ରୋଲର ସାମନା କରିବାକୁ ପଡିଛି । ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଏ କଥାକୁ ନା ପସନ୍ଦ କରିବା ସହ ବିଭିନ୍ନ କମେଣ୍ଟ ଦେଇ ସମାଲୋଚନା କରିଛନ୍ତି । ଏପରିକି ଅନେକ ଅଶୋଭନୀୟ ମନ୍ତବ୍ୟ ବି ଆସିଛି |  

ସୂଚନା ଥାଉକି, ଲେଖାଶ୍ରୀ ବିଜେପିର ଜଣେ ଆଗଧାଡିର ଓ ଦାୟିତ୍ୱସଂପନ୍ନ ନେତ୍ରୀ । ଦଳର ଜଣେ ଅନ୍ୟତମ ଗଣମାଧ୍ୟମ ଚେହେରା | ଜଣେ ଉଚ୍ଚ ଶିକ୍ଷିତା ମଧ୍ୟ । ଅନେକ ସମୟରେ ସେ ବିବାଦୀୟ ମନ୍ତବ୍ଯ ଦେଇ ଶସ୍ତା ରାଜନୀତି କରିବାର ନଜିର ଅଛି । କୋଭିଡ ମହାମାରୀ ଏକ ସମ୍ବେଦନଶୀଳ ପ୍ରସଙ୍ଗ। କୋଭିଡ ଭ୍ୟାକ୍ସିନର ଏବେ ଅଭାବ ମଧ୍ୟ ଦେଶରେ ଦେଖାଦେଲାଣି । ଏଭଳି ସମୟରେ ଲେଖାଶ୍ରୀଙ୍କ ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।

 

0
0
0
s2sdefault