ହେଡଲାଇନସ୍:

ଗଜପତି ଜିଲ୍ଲା ବିଜେପିର ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ବିଶ୍ଵନାଥ କଲ୍ୟାଣ ମଣ୍ଡପ ଠାରେ  ଶୁକ୍ରବାର ଦିନ ଗଜପତି ଜିଲ୍ଲା ବିଜେପିର ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତଃ ଆଗାମୀ ଦିନରେ ଜିଲ୍ଲାବ୍ୟାପୀ ଭାଜପା: ଦଳୀୟ ସଂଗଠନ ସ୍ଥିତିକୁ କିଭଳି ଆହୁରି ଅଧିକ ମଜବୁତ କରି ଅଧିକରୁ ଅଧିକ ଜନସମର୍ଥନ ହାସଲ କରିହେବ ସେ ସମ୍ପର୍କରେ କର୍ମୀ ମାନଙ୍କୁ ଆହ୍ବାନ କରାଯାଇଥିଲା । 

ବିଜେପି: ଜିଲ୍ଲା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ.ନାରାୟଣ ରାଓଙ୍କ ସଭାପତିତ୍ୱରେ ଏହି ବୈଠକରେ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ ଓ ଶ୍ରୀ କାମଦେବ ବଡନାୟକ , କାଶୀନଗର ବ୍ଲକ ଅଧ୍ୟକ୍ଷ ଶ୍ରୀ ଚିତ୍ରୀ ସୀମାଦ୍ରୀ , ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଶ୍ରୀ ସିଦ୍ଧେଶ୍ବର ମିଶ୍ର , ଶ୍ରୀମତୀ ଚାପରା ତାରିକେଶ୍ୱରୀ , ମୁଲି ଗୋପାଳ ରାଓ , ଏବଂ ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ ଜେନା ପ୍ରମୁଖ ମଞ୍ଚାସୀନ ଥିଲେ ।

କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକୁ ରାଜ୍ୟ ସରକାର ନିଜ ନାମ କରି ବାହାବା ନେଉଛି , ଏହାକୁ ତୃଣମୂଳ ସ୍ତରରେ ଲୋକଙ୍କ ଠାରେ ସଚେତନ କରାଇ ବିଶ୍ବାସ ଭାଜନ ହେବାକୁ ହେବ । ସମସ୍ତେ ଏକଜୁଟ ହୋଇ କେନ୍ଦ୍ରୀୟ ଯୋଜନା ଗୁଡିକ ଲୋକଙ୍କ ଠାରେ ପହଞ୍ଚାଇବାକୁ ହେବ । ଆଗାମୀ ଦିନ ମାନଙ୍କରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ନିର୍ବାଚନରେ ଦଳକୁ ଯେଭଳି ଅଧିକ ସଂଖ୍ୟକ ଆସନ ଆସିବ , ସେ ଦିଗରେ ଦଳୀୟ କର୍ମୀମାନେ ଅଧିକ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ କରିଥିଲେ ।

ଏହି ଅବସରରେ ବୈଠକରେ ଦଳର ରାଜନୈତିକ ଚିଠା ୧୧ଟି ପ୍ରସ୍ତାବ ଯଥା:- ସୀମା-ବିବାଦର ଯଥାଶୀଘ୍ର ସମାଧାନ , ଅର୍ଦ୍ଧ୍ୱନିର୍ମିତ ଡମ୍ବାପୁର ଓ ଚମ୍ପାପୁର ଜଳସେଚନ ପ୍ରକଳ୍ପ ସମୂର୍ଣ୍ଣ କରାଇ କାର୍ଯ୍ୟକ୍ଷମ କରାଇବା , ପ୍ରସ୍ତାବିତ ମେଡିକାଲ କଲେଜ ପ୍ରତିଷ୍ଠା କରିବା , ଜିଲ୍ଲାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସଜାଡ଼ିବା , ଧାନ କିଣାରେ ଦୁର୍ନୀତି ପ୍ରଭୃତି ଉପରେ ପାଠ କରାଯିବା ପରେ ଆଲୋଚନା ସହ ସେ ସବୁକୁ ସର୍ବସମ୍ମତି କ୍ରମେ ଅନୁମୋଦନ କରାଯାଇଥିଲା । 

ଭାଜପା ଦଳର ବିଭିନ୍ନ କ୍ଷେତ୍ରରେ ଗଠିତ ହୋଇଥିବା ୨୧ ଟି ମୋର୍ଚ୍ଚାର କର୍ମକର୍ତ୍ତା ମାନେ ତୃଣମୂଳ ସ୍ତରରେ ଲୋକଙ୍କ ବିଶ୍ୱାସ ଭାଜନ ହୋଇ ଦଳୀୟ ସଂଗଠନ ସ୍ଥିତିକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବାକୁ ଆହ୍ବାନ ଦିଆଯାଇଥିଲା । 

କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ସନ୍ତୋଷ କୁମାର ଜେନା , ମହିଳା ମୋର୍ଚ୍ଚା ସଭାପତି ଶ୍ରୀମତୀ ପି: ଲତା , କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଶାନ୍ତ କୁମାର ପାଳ ପ୍ରମୁଖଙ୍କ ସମେତ ଦଳୀୟ ବିଭିନ୍ନ ମୋର୍ଚ୍ଚାର ସହର ଓ ସମସ୍ତ ବ୍ଲକର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ ।

0
0
0
s2sdefault