ହେଡଲାଇନସ୍:

ସିଲହେଲା ଛତିଶଗଡ଼ ବର୍ଡ଼ର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପ୍ରବଳ ଖରାରେ ସୀମାରେ ମୁତୟନ ଅଛନ୍ତି ପୋଲିସ ଯବାନ,ଚାଲିଛି ଜୋରଦାର ଚେକିଂ

ବରଗଡ :-ଏପଟେ ପ୍ରବଳ ଖରା ସେପଟେ ମହାମାରୀ ତାଣ୍ଡବ। ଦିନକୁ ଦିନ କ୍ଷିପ୍ର ଗତିରେ ବଢ଼ିବାରେ ଲାଗିଛି କୋରୋନା ସଂକ୍ରମଣ । ମୁଖ୍ୟତଃ ଓଡ଼ିଶାକୁ ଭୟଭୀତ କରୁଛି ପଡୋଶୀ ଛତିଶଗଡ଼ ରେ ପ୍ରତ୍ୟେକ ଦିନ ବ୍ୟାପୁଥିବା ହଜାର ହଜାର ସଂଖ୍ୟାରେ ସଂକ୍ରମଣ । ଏହାର ପ୍ରଭାବରେ ଆମ ରାଜ୍ୟର  ସୀମାନ୍ତ ବର୍ତୀ ଅଂଚଳରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ବଢୁଥିବା ସଂକ୍ରମଣ କୁ ଦୃଷ୍ଟିରେ ରଖି ବରଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ସୀମାନ୍ତ ବର୍ତୀ ଅଂଚଳରେ ଥିବା ଛତିଶଗଡ଼ କୁ ସଂଯୋଗ କରୁଥିବା  ସମସ୍ତ ରାସ୍ତା ସିଲ କରିବା ସହିତ ଲୋକଙ୍କ ଛତିଶଗଡ଼ ଯିବା ଉପରେ ପ୍ରତିବନ୍ଧକ ଲଗା ଯାଇଛି । ଗତକାଲି ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ , ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ସାହୁ , ଝାରବନ୍ଧ ବିଡ଼ିଓ ଶ୍ରୀ ଦେବାଶିଷ ଶିନ୍ହା , ଜଗଦଲପୁର ଥାନା ଅଧିକାରୀ ଏଲ ଏଲ ବାର୍ଳା , ପ୍ରମୁଖ ଙ୍କର ଉପସ୍ଥିତି ରେ ପଦ୍ମପୁର ରୁ ଛତିଶଗଡ଼ ବସନା କୁ ସଂଯୋଗ କରୁଥିବା ରାସ୍ତାକୁ ଧଉରାଭଟା ଠାରେ ସିଲ କରାଯିବା ସହିତ ଯାଞ୍ଚ କୁ କଡାକଡି କରାଯାଇଥିଲା । ଆଜି ପ୍ରବଳ ଖରାରେ ପୋଲିସ ର ଯବାନ ମାନେ ଏହି ରାସ୍ତାରେ ଲଗାତାର ଚେକିଂ କରିବା ସହିତ ମାକ୍ସ , ବ୍ୟବହାର ପାଇଁ ସଚେତନ କରୁଥିବା ଦେଖିବାକୁ ମିଳୁଛି । ଅକାରଣରେ ସୀମା ପାର କରୁଥିବା ବ୍ୟକ୍ତି ମାନଙ୍କୁ ଫେରାଇ ଦିଆଯାଉଥିବା ବେଳେ କେବଳ ମେଡ଼ିକାଲ ପାଇଁ ଯାଉଥିବା ଲୋକଙ୍କୁ  ରେଜିଷ୍ଟ୍ରେସନ କରାଯାଇ ଛଡା ଯାଉଛି । ମାଲ ବୋଝେଇ ଟ୍ରକ ଗୁଡିକର ଯାତାୟାତ ସାମାନ୍ୟ ରହିଥିବା ଦେଖିବାକୁ ମିଳିଛି ।

0
0
0
s2sdefault