ହେଡଲାଇନସ୍:

ପିପିଲିରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଘର ଘର ବୁଲି ପ୍ରଚାର କଲେ ରାଜ୍ୟ ସଭାପତି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୋଦିଜୀଙ୍କ ବିକାଶ ଧାରାରେ ସାମିଲ ହେବେ ପିପିଲିବାସୀ: ସମୀର ମହାନ୍ତି

ଭୁବନେଶ୍ୱର,ପିପିଲି- ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଆଜି ରାଜ୍ୟ ସଭାପତି ସମୀର ମହାନ୍ତି ପିପିଲିର ବିଭିନ୍ନ ପଂଚାୟତକୁ ଯାଇ ଘର ଘର ବୁଲି ପ୍ରଚାର କରିଛନ୍ତି । ଶ୍ରୀ ମହାନ୍ତି ବ୍ୟକ୍ତିଗତ ଭାବେ ପିପିଲିବାସୀଙ୍କୁ ଭେଟି ବିଜେପିକୁ ଆଶୀର୍ବାଦ କରିବା ପାଇଁ ଭୋଟର ଭାଇ ଓ ଭଉଣୀମାନଙ୍କୁ ଅନୁରୋଧ କରିଛନ୍ତି । ଶ୍ରୀ ମହାନ୍ତି ପିପିଲି ନିର୍ବାଚନମଣ୍ଡଳୀର ଗଡ ମୋଟରୀ ପଂଚାୟତର କୁମୁଣ୍ଡଳ, ବାତୋଲ, ମୋଟରୀ, ଗଣ୍ଡପଡା, ନୂଆ ସାହି ଓ ଅନକୋଇ ଗାଁ ବୁଲି ପ୍ରଚାର କରିଛନ୍ତି । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଂଚାୟତ ଗୁଡିକରେ ବିକାଶ ମୂଳକ କାର୍ଯ୍ୟ କରିବା ପାଇଁ ବ୍ୟାପକ ଅର୍ଥ ପଠାଉଛନ୍ତି । କିନ୍ତୁ ରାଜ୍ୟ ସରକାର ଏହି ଅର୍ଥକୁ କାର୍ଯ୍ୟରେ ନଲଗାଇ ହରିଲୁଟ୍ କରୁଛି । ବିଗତ ୫ ବର୍ଷ ମଧ୍ୟରେ ୨ କୋଟି ଟଙ୍କା ମୋଦି ସରକାର ପଠାଇଥିବାବେଳେ ପଂଚାୟତରେ ନା ଡ୍ରେନ ଅଛି ନା ବିଦୁ୍ୟତ ଲାଇଟ । ପିପିଲିବାସୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଖଣ୍ଡେ ପାଇବାରୁ ବଂଚିତ ରହିଛନ୍ତି । ପିପିଲିର ମୋଟେଇ ପଂଚାୟତର ଗାଁ ରାସ୍ତା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ସେହିପରି ଫନି ବାତ୍ୟାରେ ମୋଦି ସରକାର ପଠାଇଥିବା ଅର୍ଥକୁ ଦଳୀୟ ଭିତିରେ ବଂଟନ କରାଯାଇଛି । ଆଜିବି ଯୋଗ୍ୟ ହିତାଧିକାରୀ ଫନି କ୍ଷତିଗ୍ରସ୍ତକାରୀଙ୍କୁ ପକ୍କା ଘର ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି । 

ପିପିଲି-ଡେଲାଙ୍ଗ ରାଜ୍ୟର ଗୋଟିଏ ପୂରୁଣା ବିଜ୍ଞାପିତ ଅଂଚଳର ହୋଇଥିବା ସତ୍ୱେ ବର୍ତମାନ ସୁଦ୍ଧା ଗୋଟିଏ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ହୋଇ ପାରିନାହିଁ । ଏହି ଅଂଚଳ କୃଷି ପ୍ରାଧାନ୍ୟ ଅଂଚଳ ହୋଇଥିବା ସତ୍ୱେ ଶୀତଳ ଭଣ୍ଡାରର ଅଭାବ, ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା ଆଜି ପ୍ରମୁଖ ସମସ୍ୟା ଭାବେ ଛିଡା ହୋଇଛି । ୩୫ ବର୍ଷ ନିରବିଚ୍ଛିନ୍ନ ଲୋକ ପ୍ରତିନିଧି ଶାସକ ବିଜେଡିର ହୋଇଥିବା ସତ୍ୱେ ଏହି ସମସ୍ତ ସମସ୍ୟାର ସମାଧାନ ନହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି । 

ପିପିଲିବାସୀ ପ୍ରଧାନମନ୍ତ୍ରୀଙ୍କ ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସ ନୀତିକୁ ଆପଣାଉଛନ୍ତି । ଆଗାମୀ ଦିନରେ ପିପିଲିରେ ବହୁତ ବଡ ପରିବର୍ତନ ହେବ ଏବଂ ମୋଦିଜୀଙ୍କ ବିକାଶ ଧାରାରେ ପିପିଲିବାସୀ ସାମିଲ ହେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ପ୍ରଚାର ସମୟରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ରାଜ୍ୟ ସାଧାରଣ ସଂପାଦକ ରବି ନାୟକ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଛବି ମଲ୍ଲିକ ପ୍ରମୁଖ ସାମିଲ ଥିଲେ । 

 

0
0
0
s2sdefault