ହେଡଲାଇନସ୍:

ପୁନର୍ବାସ ଓ ପାରିପାର୍ଶ୍ବିକ ଉନ୍ନୟନ ଉପଦେଷ୍ଟା କମିଟି ବୈଠକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ)- ଏମ୍ ସି ଏଲର ଇବ ଭ୍ୟାଲି , ଓରିଏଣ୍ଟ ଓ ଲଖନପୁର ଏରିଆ ପାଇଁ ପୁନର୍ବାସ ଓ  ପାରିପାର୍ଶ୍ବିକ ଉନ୍ନୟନ ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ତଥା କମିଟିର ଅଧ୍ୟକ୍ଷ ଅନୀଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବରଗଡ଼ ସାଂସଦ ସୁରେଶ ପୂଜାରୀ , ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ପ୍ରତିନିଧି ସନ୍ଦୀପ ଅୱସ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଲଷ୍ମୀନାରାୟଣ ପଟେଲ ,  ଉତ୍ତରାଞ୍ଚଳ ଆଇ ଜି ନରସିଂହ ଭୋଳ , ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ , ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାଶ , ଡି ଏଫ ଓ ଲଳିତ ପାତ୍ର , ଏମସିଏଲ ପରିଚାଳନା ନିର୍ଦ୍ଦେଶକ, ଅତିରିକ୍ତ ଜିଲ୍ଲାପାଳ ଲିଲି କୁମାରୀ କୁଲୁ , ଉପ ଜିଲ୍ଲାପାଳ ଶିବ ଟପ୍ପୋ , ଏମ୍ ସି ଏଲର  ନିର୍ଦ୍ଦେଶକ ଟେକନିକାଲ ଓ ପର୍ସନାଲ,ଲଖନପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶାନ୍ତି ପ୍ରଧାନ , ଝାରସୁଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିଗାମ୍ବର ଭୋଇ , ଏମ୍ ସି ଏଲ ଇବ ଭ୍ୟାଲି , ଲଖନପୁର ଓ ଓରିଏଣ୍ଟ ଏରିଆର ସାଧାରଣ ପରିଚାଳକବୃନ୍ଦ ଓ ଅନ୍ୟାନ୍ୟ ପଦାଧିକାରୀ , ପ୍ରକଳ୍ପ ନିର୍ଦ୍ଦେଶକ ପୁନର୍ବାସ ଓ ଥଇଥାନ ଆଲୋମଣି ସେଠୀ ,  ପ୍ରକଳ୍ପ  ପ୍ରଭାବିତ ଅଞ୍ଚଳର ପ୍ରତିନିଧି  ଓ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବିସ୍ଥାପିତମାନେ ଯେପରି ନିୟମ ଅନୁଯାୟୀ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କ୍ଷତି ପୂରଣ ସହ ସମସ୍ତ ସୁବିଧା ସୁଯୋଗ ପାଇବେ ସେଥି ପ୍ରତି ଯତ୍ନବାନ ହେବାକୁ ରାଜସ୍ବ ଆୟୁକ୍ତ ଏମ୍ ସି ଏଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଅଧିକରୁ ଅଧିକ ସ୍ଥାନୀୟ ନିଯୁକ୍ତି ପ୍ରଦାନ ସହ ଗାଇଡ ଲାଇନ ଅନୁଯାୟୀ ଜିଲ୍ଲାପାଳଙ୍କୁ ପ୍ରତି ମାସରେ ନିଯୁକ୍ତି ପ୍ରଦାନ ସମ୍ପର୍କିତ ତଥ୍ୟ ଜଣାଇବାକୁ ଏମ୍ ସି ଏଲ କର୍ତ୍ତୃପକ୍ଷ ଙ୍କୁ    ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ସି ଏସ ଆର ମାଧ୍ୟମରେ ଚାଲୁଥିବା କାର୍ଯ୍ୟକ୍ରମ ଗୁଡିକର ସମୀକ୍ଷା ସହ ଜିଲ୍ଲାରେ ସି ଏସ ଆର ପାଣ୍ଠି କିପରି ଅଧିକ ବିନିଯୋଗ କରାଯାଇ ଉନ୍ନୟନମୂଳକ କାର୍ଯ୍ୟକ୍ରମ କରାଯିବ ସେ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । କୋଭିଡର ସଂକ୍ରମଣକୁ ରୋକିବା ପାଇଁ ନିୟମକୁ କଡାକଡି ଭାବରେ ପାଳନ ପାଇଁ ରାଜସ୍ବ ଆୟୁକ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ  ଦେଇଛନ୍ତି । ସେହିପରି ଜିଲ୍ଲାରେ କିଛି ସ୍କୁଲକୁ ସ୍ମାର୍ଟ ସ୍କୁଲରେ ପରିଣତ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ବୈଠକ ଶେଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault