ହେଡଲାଇନସ୍:

ମନ୍ତ୍ରୀ ତୁଷାରକାନ୍ତିଙ୍କ ଜିସିପିଇ କଲେଜ ନୂଆ କ୍ୟାମ୍ପସ ପରିଦର୍ଶନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନିର୍ମାଣ କାର୍ଯ୍ୟ ଅଗ୍ରଗତି ନେଇ କଲେ ସମୀକ୍ଷା

ଭୁବନେଶ୍ୱର(ଶାସକ ପ୍ରଶାସକ) : ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ (ଜିସିପିଇ)ର ନୂଆ କ୍ୟାମ୍ପସ୍ ପରିଦର୍ଶନ କରିବା ସହ ବିଭିନ୍ନ ନିର୍ମାଣ ଓ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତିା

ଆଜି ମନ୍ତ୍ରୀ ଶ୍ରୀ ବେହେରା ତମାଣ୍ଡୋସ୍ଥିତ ଜିସିପିଇ ମହାବିଦ୍ୟାଳୟର ନୂଆ କ୍ୟାମ୍ପସ୍ ପରିଦର୍ଶନ କରିବା ସହ ଚାଲୁ ରହିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଏବଂ ଶିକ୍ଷାରମ୍ଭ ନେଇ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲୋ ଏଥି ସହିତ ନିର୍ମାଣାଧୀନ ବାଳକ ଓ ବାଳିକା ହଷ୍ଟେଲ, ଏକାଡେମିକ୍ ବ୍ଲକ୍ ଆଦି ପରିଦର୍ଶନ କରିଥିଲୋ

 ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ  ଉନ୍ନତିକୁ ସର୍ବଦା ଗୁରୁତ୍ୱ ଦେଉଥିବାବେଳେ ରାଜ୍ୟରେ ଏକ ସ୍ୱତନ୍ତ୍ର ମାନର ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ପ୍ରତିଷ୍ଠା ନେଇ କ୍ରୀଡ଼ା ଓ ଯୁବସେବା ବିଭାଗ ଯେଉଁ ଲକ୍ଷ୍ୟ ରଖ#ଛି ତାହାକୁ ପୂରଣ କରିବା ଦିଗରେ ସମସ୍ତେ ତତ୍ପର ହୋଇ କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀ ବେହେରା ଅଧିକାରୀମାନଙ୍କ ପରାମର୍ଶ ଦେଇଥିଲୋ

ନବନିର୍ମିତ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ପ୍ରତିଷ୍ଠା ହେଲେ ଏହା ଶିକ୍ଷାର୍ଥୀମାନଙ୍କୁ ଏକ ବଡ଼ ପ୍ଲାଟଫର୍ମ ଯୋଗାଇବା ଆଧୁନିକ ଶିକ୍ଷା ଭିତ୍ତିଭୂମି ସହ ଉନ୍ନତ ହଷ୍ଟେଲ, ଖାଦ୍ୟପେୟ ଏବଂ ଖେଳ ପଡ଼ିଆ ଓ ଆବଶ୍ୟକ ସମସ୍ତ କ୍ରୀଡ଼ା ସରଞ୍ଜାମ ଏଥିରେ ମହଜୁଦ ରହିବା ଏହା ପରବର୍ତ୍ତୀ ସମୟରେ ପିଇଟି ଶିକ୍ଷକ, ଭଲ କୋଚ ସୃଷ୍ଟି ସହ ରାଜ୍ୟର କ୍ରୀଡ଼ା ଇକୋ ସିଷ୍ଟମକୁ  ସମୃଦ୍ଧ କରିବାରେ ସହାୟକ ହୋଇପାରିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛିା 

 

0
0
0
s2sdefault