ହେଡଲାଇନସ୍:

ଯୋଜନାରେ ବରାଦ ଅର୍ଥକୁ ଧାର୍ଯ୍ୟ ସମୟ ମଧ୍ୟରେ ଖର୍ଚ୍ଚ କରିବାକୁ କୃଷିମନ୍ତ୍ରୀଙ୍କ ନିର୍ଦ୍ଦେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାଞ୍ଚଳ ରାଜସ୍ୱ ଜିଲ୍ଲାର ଉଦ୍ୟାନ କୃଷି ଅଧିକାରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର, (ଶାସକ ପ୍ରଶାସକ) -ଉଦ୍ୟାନ କୃଷି ନିମନ୍ତେ ବିଭିନ୍ନ ଯୋଜନାରେ ବରାଦ ଅର୍ଥକୁ ଧାର୍ଯ୍ୟ ସମୟ ମଧ୍ୟରେ ଖର୍ଚ୍ଚ କରି ଏହାର ସୁଫଳ ଚାଷୀମାନଙ୍କ ନିକଟରେ ପହଞ୍ଚାଇବାକୁ ପଡ଼ିବା କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ହୋଇଥିବାବେଳେ ଉଦ୍ୟାନ କୃଷି ଯୋଜନାରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଦିଗରେ କୌଣସି ଅବହେଳାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତିା

ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଅନ୍ତର୍ଗତ ଜିଲ୍ଲାର ଜିଲ୍ଲାସ୍ତରୀୟ ଉଦ୍ୟାନ  ଅଧିକାରୀମାନଙ୍କ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଡ. ସାହୁ କହିଲେ ଯେ ରାଜ୍ୟରେ ଉଦ୍ୟାନ କୃଷିର ବିକାଶର ପର୍ଯ୍ୟାପ୍ତ ସୁଯୋଗ ରହିଛିା ଏହାକୁ ପୂର୍ଣ୍ଣ ବିନିଯୋଗ କରି କୃଷକମାନଙ୍କ ଆୟ ବହୁଗୁଣିତ କରାଯାଇପାରିବା ଏଥି ସହିତ ପ୍ରତି ବ୍ଲକର  ସ୍ଥାନୀୟ ଉତ୍ପାଦକୁ ଦୃଷ୍ଟିରେ ରଖି "ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା'ରେ କୃଷି ଉଦ୍ୟୋଗ ପ୍ରତିଷ୍ଠା ଦିଗରେ ଅଧିକାରୀମାନେ ଅଧିକ ତତ୍ପରତା ପ୍ରକାଶ କରିବାକୁ ମନ୍ତ୍ରୀ କହିଥିଲୋ ଶୀତଳ ଭଣ୍ଡାର, କୃଷକ ଉତ୍ପାଦକ ସଂଗଠନ ଏବଂ ସ୍ଥାନୀୟ କୃଷକମାନଙ୍କ ସହିତ ଉପଯୁକ୍ତ ସମନ୍ୱୟ ରଖି  ଆଳୁ, ଗାଜର, ବନ୍ଧାକୋବି ଆଦି ପନିପରିବାର ଉପଯୁକ୍ତ ସଂରକ୍ଷଣ ସହିତ ଶୀତଳ ଭଣ୍ଡାରର ପୂର୍ଣ୍ଣ କ୍ଷମତା ଉପଯୋଗ କରିବା ପାଇଁ ମନ୍ତ୍ରୀ କହିଥିଲୋ ରାଜ୍ୟରେ ଫଳ ଚାଷ ପାଇଁ କ୍ଲଷ୍ଟର ପଦ୍ଧତି ଆପଣାଇବା ନିମନ୍ତେ ମନ୍ତ୍ରୀ ଡ.ସାହୁ ଗୁରୁତ୍ୱ ଦେଇଥିଲୋ

ଉପକୂଳ ଜିଲ୍ଲାଗୁଡ଼ିକରେ ନଡ଼ିଆ ଚାଷର ବ୍ୟାପକ ସୁଯୋଗ ରହିଥିବାରୁ ଅଧିକରୁ ଅଧିକ ଚାଷୀ ନଡ଼ିଆ ଚାଷ ନିମନ୍ତେ ମନୋନିବେଶ କରିବା ଏବଂ ଅଧିକ ଉତ୍ପାଦନ ନିମନ୍ତେ ହାଇବି୍ରଡ୍ ପନିପରିବା ଚାଷ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲୋ

ଚଳିତ ବର୍ଷ ଚାଷୀମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ଓ ଉନ୍ନତ ମାନର କୃଷି ସାମଗ୍ରୀ ଯୋଗାଇ ଦେବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲୋ ଏଥିରେ ଖୀଲାପ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଥିଲୋ ବୈଠକ ପ୍ରାରମ୍ଭରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସଂପର୍କରେ ବିଶଦ ଭାବରେ ଆଲୋଚନା କରିଥିଲୋ 

 

0
0
0
s2sdefault