ହେଡଲାଇନସ୍:

ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟରେ ରକ୍ତଦାନ ଶିବିର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଗତ କିଛିଦିନ ହେଲା ପଦ୍ମପୁର ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ପରିଲକ୍ଷିତ ହେଉଛି । ଗ୍ରୀଷ୍ମପ୍ରବାହ କାରଣରୁ ଗୋଟେ ପଟେ ରକ୍ତର ଆବଶ୍ୟକତା ବୃଦ୍ଧି ପାଇଥିବା ବେଳେ ପ୍ରବଳ ଗରମ କାରଣରୁ ରକ୍ତ ସଂଗ୍ରହରେ ଅନେକ ଅସୁବିଧା ସୃଷ୍ଟି ହେଉଛି । ରକ୍ତ ଭଣ୍ଡାରର ଆବଶ୍ୟକତାକୁ ଦେଖି ଆଜି ଶ୍ରୀ ଶ୍ରୀ ନୃସିଂହ ନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ଅନୁଷ୍ଠାନର  ଅଧ୍ୟକ୍ଷା ପ୍ରଫେସର ଡ଼ଃ କ୍ଷୀରାବ୍ଧୀ ତନୟା ରାଉତ୍ ରାୟ  ଉଦଘାଟନ କରିଥିଲେ । ବୁକ୍ରାମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟାଧିକାରୀ ଡ଼ଃ ସୌମ୍ୟ ରଞ୍ଜନ ଦାଶଙ୍କ ସହ ପଦ୍ମପୁର ରକ୍ତଭଣ୍ଡାର ର ଅଧିକାରୀ ମାନେ ଉପସ୍ଥିତ ରହି ଏହାର ପରିଚାଳନା କରିଥିଲେ । ଶଲାକ୍ୟ ବିଭାଗ ମୁଖ୍ୟ ପ୍ରଫେସର ଡ଼ଃ ସୁରେନ୍ଦ୍ର କୁମାର ପଟେଲ ପ୍ରଥମେ ରକ୍ତଦାନ କରି ଏହାର ଶୁଭାରମ୍ଭ କରିଥିଲେ । କୃପାସିନ୍ଧୁ ଭୋଇ ଆୟୁର୍ବେଦ ଚିକିତ୍ସାଲୟର ଅଧିକ୍ଷକ ଡ଼ଃ ଜଗନ୍ନାଥ ନାଇଡୁ ଏହାର ସଂଚାଳନ କରିଥିଲେ । ମହାବିଦ୍ୟାଳୟର 28 ଜଣ ଡାକ୍ତର , କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ରକ୍ତଦାନ କରିଥିଲେ ।

0
0
0
s2sdefault