ହେଡଲାଇନସ୍:

"ସଖୀ" ୱାନଷ୍ଟପ କେନ୍ଦ୍ର ତରଫରୁ ବାଲ୍ୟବିବାହ ନିଷେଧ ଅଭିଯାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକରେ "ସଖୀ" ୱାନଷ୍ଟପ କେନ୍ଦ୍ର ତରଫରୁ ବାଲ୍ୟବିବାହ ନିଷେଧ ଅଭିଯାନ ସମ୍ପର୍କରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। 

ଉକ୍ତ ସଭା କାର୍ଯ୍ୟରେ ୱାନଷ୍ଟପ କେନ୍ଦ୍ର “ସଖୀ”ର ପରିଚାଳିକା ଶ୍ରୀମତି ଭାଗ୍ୟଲକ୍ଷ୍ମୀ ନାୟକ ସଭାପତିତ୍ୱ କରି ବାଲ୍ୟବିବାହ ଦ୍ବାରା ମା ଓ ଶିଶୁ ଅସୁରକ୍ଷିତରେ ପଡୁଛନ୍ତି। ବାଲ୍ୟବିବାହ ହେଲେ ତାହା ସେମାନଙ୍କ ମାନସିକ , ଶାରୀରିକ ଓ ସାମାଜିକ ବିକାଶରେ ବାଧା କରିଥାଏ । କମ୍ ବୟସରେ ବିବାହ କରୁଥିବା ବାଳିକାର ସ୍ବାସ୍ଥ୍ୟପ୍ରତି ମଧ୍ୟ ଏହା ଘୋର ପ୍ରଭାବ ପକାଇଥାଏ ବୋଲି କହିଥିଲେ ।UNFPA ର ସଦସ୍ୟ ସଂଯୁକ୍ତା ତ୍ରିପାଠୀ ଯୋଗଦେଇ ବାଲ୍ୟବିବାହ ନିଷେଧ ଆଇନ ଓ ଏଥିପ୍ରତି ରହିଥିବା ଅଧିନିୟମ ସମ୍ପର୍କରେ ବୁଝାଇଥଲେ। କାଶୀନଗର ବ୍ଲକର ସିଡିପିଓ ଶ୍ରୀମତୀ କନକଲତା ପୂଜାରୀ ଯୋଗଦେଇ ବାଲ୍ୟବିବାହ ରୋକିବା କ୍ଷେତ୍ରରେ ସମସ୍ତେ ଏକାଠି କାମ କରିବା ଦାୟିତ୍ୱ ସମ୍ପର୍କରେ ବୁଝାଇଥଲେ । 

କାଶୀନଗର ବ୍ଲକର ସୁପରଭାଇଜର ଇନ୍ଦିରା କୁମାରୀ ପାଣିଗ୍ରାହୀ , ଶ୍ରୀମତୀ ମୀନା କୁମାରୀ ଟହଲ ,ଶ୍ରୀଦେବୀ ରଇତ ଓ କାଶୀନଗର ବ୍ଲକର ଶିଆଳି ପଞ୍ଚାୟତର ୪୫ ଜଣ ଅଙ୍ଗନବାଡି କର୍ମୀ , ସୁଜ୍ଞୋନୀ ଗମାଙ୍ଗ , ମଞ୍ଜୁ ମିଶାଲ , ଜୟନ୍ତୀ ମହାପାତ୍ର , ପ୍ରମିଳା ଶବର , ଅର୍ଚ୍ଚନା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମକୁ "ସଖୀ"ର ହରିକୃଷ୍ଣ ଚୌଧୁରୀ ଓ ସୁନିତା ବେହେରା ସହଯୋଗ କରିଥିଲେ।

0
0
0
s2sdefault