ହେଡଲାଇନସ୍:

ସୁବାସ ନାୟକ ପାଇବେ ବାଣୀପୀଠ ପୁରସ୍କାର I

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର/ ରମାକାନ୍ତ ବିଶ୍ୱାଳ:  ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଠାରେ ରାଜ୍ୟ ର ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ "ବାଣୀପୀଠ" ର ୬୧ ତମ ବାର୍ଷିକ ମହୋତ୍ସବ ତଥା ରାଜ୍ୟ ସ୍ତରୀୟ କବି, କଳାକାର ସମ୍ମିଳନୀ ରେ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ବାଣୀପୀଠ ପୁରସ୍କାର ଚଳିତ ବର୍ଷ ରାଜ୍ୟ ର ଜଣେ ଅଗ୍ରଣୀ ସମାଜସେବୀ, ସୁସାହିତ୍ୟକ ଓ ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ଙ୍କୁ ପ୍ରଦାନ କରାଯିବ ବୋଲି ଜଣା ଯାଇଛି l ଏ ସଂପର୍କରେ ଅନୁଷ୍ଠାନର ସମ୍ପାଦକ ଡଃ କୁମାର ବାବୁଲି ଗତ ଏପ୍ରିଲ ୨ ରେ ଲେଖି ଥିବା ପତ୍ର ନଂ ୧୦୦/୨୧ ରେ  ଶ୍ରୀ ନାୟକ ଙ୍କୁ ସୂଚନା ଦେବା ସହ ଚଳିତ ମାସ ୧୭/୧୮ ତାରିଖ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ଯୋଗ ଦେଇ ଏହାକୁ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି l ପ୍ରକାଶ ଥାଉ କି ଶ୍ରୀ ନାୟକ ୨୫ ଗୋଟି ପୁସ୍ତକର ପ୍ରଣେତା , ୫୦ ଗୋଟି ଶିକ୍ଷାନୁଷ୍ଠାନ ପରିଚାଳନା ରେ ଅଂଶ ଗ୍ରହଣ ,ବ୍ୟାପକ ନିଶା ନିବାରଣ କାର୍ଯ୍ୟକ୍ରମ ସହ ପ୍ରକୃତି ବନ୍ଧୁ ପୁରସ୍କାର , ମାଟିପୁତ୍ର, ଓଡ଼ିଶା ରତ୍ନ,କଳିଙ୍ଗ ଭାରତୀ ବାଣୀ ପ୍ରଜ୍ଞା ,ବାଣୀ ସରସ୍ଵତୀ ଆଦି ଉପାଧି ସହ ବିଭିନ୍ନ ମହାପୁରୁଷଙ୍କ ନାମରେ ନାମିତ ସମ୍ମାନ ଲାଭ କରି ସେ ବେଶ ଚର୍ଚ୍ଚିତ ହୋଇ ପାରିଛନ୍ତି l

0
0
0
s2sdefault