ହେଡଲାଇନସ୍:

ସମ୍ ନର୍ସିଂ କଲେଜ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଏପ୍ରିଲ  ୭ ତାରିଖ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜର କମୁ୍ୟନିଟି ହେଲ୍ଥ ନର୍ସିଂ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଅରିଶୋଲ୍ ଗ୍ରାମରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । “ଏକ ସୁନ୍ଦର ଏବଂ ସୁସ୍ଥ ବିଶ୍ୱ ଗଠନ” ପ୍ରସଙ୍ଗକୁ ଆଧାର କରି କମ୍ୟୁନିଟି ହେଲ୍ଥ ବିଭାଗର ଫାକଲ୍ଟି ଏବଂ ଏମ୍.ଏ.ସି ନର୍ସିଂର ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏହି ସ୍ୱାସ୍ଥ୍ୟ ମେଳା ଆୟୋଜନ କରାଯାଇଥିଲା ।

ଏହି ସ୍ୱାସ୍ଥ୍ୟ ମେଳାରେ ୫ଟି ଷ୍ଟଲ୍ ଆୟୋଜନ କରାଯାଇଥିଲା । ସବୁ ବୟସର ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷାକରାଯିବା ସହ ସଚେତନତା ସମ୍ପର୍କିତ ସୂଚନା ଦିଆଯାଇଥିଲା । ରକ୍ତଚାପ, ମଧୁମେହ ଏବଂ ଓଜନ ଇତ୍ୟାଦିପରୀକ୍ଷା କରାଯାଇଥିଲା । ସଂକ୍ରମଣ ସମ୍ବନ୍ଧୀୟ ସୂଚନା ଓ ସେବା, ମା ଏବଂ ଶିଶୁର ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା,ସୁଷମ ଖାଦ୍ୟ ଓ ତା’ର ଉପକାରିତା ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ପରେ ବିଭିନ୍ନ ଔଷଧ ଏବଂ ଝିଅମାନଙ୍କୁ ସାନିଟାରୀ ପ୍ୟାଡ୍ ବଂଟନ କରାଯାଇଥିଲା । ଯେଉଁ ଲୋକମାନଙ୍କର କିଛି ଅଧିକ ସ୍ୱାସ୍ଥ୍ୟ ସମସ୍ୟା ଜଣାଗଲା ସେମାନଙ୍କୁ ରୁରାଲ୍ ହେଲ୍ଥ ଟ୍ରେନିଂ ସେଂଟର (ଆରଏଚଟିସି )କୁ ପଠାଯାଇଥିଲା ।

ତିନୋଟି ଗ୍ରାମର ବହୁ ସଂଖ୍ୟକ ଲୋକ ଏହି ସ୍ୱାସ୍ଥ୍ୟ ମେଳାରେ ଯୋଗ ଦେଇ ଉପକୃତ ହୋଇଥିଲେ ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ପର୍କିତ କ୍ରୀଡାରେ ମଧ୍ୟ ଭାଗ ନେଇଥିଲେ । ୧୦୦ ରୁ ଊଦ୍ଧ୍ୱର୍ ବିଭିନ୍ନ ବୟସର ଗ୍ରାମବାସୀ, ଏମ୍ବିବିଏସ୍, ଇନଟର୍ଣ୍ଣ  ଛାତ୍ରଛାତ୍ରୀ, ବିଏସ୍ସି ନର୍ସିଂ ଇନ୍ଟର୍ନ ଛାତ୍ରଛାତ୍ରୀ ଏହି ସ୍ୱାସ୍ଥ୍ୟ ମେଳାରେ ଯୋଗ ଦେଇଥିଲେ । 

0
0
0
s2sdefault