ହେଡଲାଇନସ୍:

କରୋନା ସଚେତନତା ପାଇଁ ପୋଲିସର ଜୋରଦାର ସ୍ୱତନ୍ତ୍ର ଅଭିଯାନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହାତକୁ ସାନିଟାଇଜ କରିବା , ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ରକ୍ଷା କରିବା ଆଦି ଉପରେ ଗୁରୁତ୍ୱାରୋପ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କରୋନାର ଦ୍ୱିତୀୟ ଲହରୀର ଗମ୍ଭୀରତାକୁ ନେଇ ସାଧାରଣଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ସଚେତନତା , ବିଭିନ୍ନ କରୋନା କଟକଣାକୁ ଯାଞ୍ଚ ଏବଂ ନିୟମ କଡାକଡି କରିବାକୁ ଜିଲ୍ଲା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଗଜପତି ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି ।  ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଠାରୁ ଆରମ୍ଭ କରାଯାଇ ସମଗ୍ର ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଦ୍ୱାରା ସାଧାରଣଙ୍କୁ ସମ୍ପୂର୍ଣ୍ଣ ଭାବେ ସଚେତନ କରାଯିବା ସ୍ଥିର ହୋଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପଟ୍ଟନାୟକ ସହରର ମୁଖ୍ୟ ବଜାର ବିଭିନ୍ନ ସ୍ଥାନ ବୁଲି ବୁଲି ଲୋକଙ୍କ ସହ ମିଶି ସେମାନଙ୍କୁ ସଚେତନ କରିବା ସହ ବିଭିନ୍ନ ଯାଞ୍ଚ କରିଥିଲେ । 

ମୁଖ୍ୟତଃ ହାତକୁ ସାନିଟାଇଜ କରିବା , ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ରକ୍ଷା କରିବା ଆଦି ଉପରେ ଗୁରୁତ୍ୱାରୋପ କରିଥିଲେ । ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରୀର ଗମ୍ଭୀରତାକୁ ରଖି ଜନସାଧାରଣ ସତର୍କ ରହିବା ସହ କୋଭିଡ୍ ନିୟମାବଳୀ ପାଳନ କରିବା ଓ ସଂକ୍ରମଣ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ସହଯୋଗ କରନ୍ତୁ ବୋଲି ଏସପି ଶ୍ରୀ ପଟ୍ଟନାୟକ ଜନସାଧାରଣଙ୍କୁ ଅପିଲ କରିଛନ୍ତି । ଯଦି କେହି କୋଭିଡ୍ ନିୟମକୁ ଅମାନ୍ୟ କରନ୍ତି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଏସ୍‌ପି କହିଛନ୍ତି ।  

ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ଶ୍ରୀ ବିବେକାନନ୍ଦ ସ୍ବାଇଁ ମଧ୍ୟ ବଜାର ଓ ସହର ପରିକ୍ରମା କରି ଡାକବାଜି ଯନ୍ତ୍ର ଯୋଗେ ଜନସାଧାରଣଙ୍କୁ କୋଭିଡ୍ ନିୟମାବଳୀ ମାନିବା ଉପରେ ସଚେତନ କରାଇଥିଲେ । 

ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଏସ୍‌ଡିପିଓ ରାମକୃଷ୍ଣ ପତି, ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଓ ପୋଲିସ ଟିମ୍ ଯୋଗ ଦେଇଥିଲେ।

0
0
0
s2sdefault