ହେଡଲାଇନସ୍:

୨୦୨୦-୨୧ ରବି ସକାଶେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ)- ୨୦୨୦ -୨୧ ରବି ଫସଲ ସକାଶେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଖଣିଜ ପାଣ୍ଠି ଅଡିଟୋରିଅମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି , ଜିଲ୍ଲା ପରିଷଦ ଅଧ୍ୟକ୍ଷ ଲଷ୍ମୀନାରାୟଣ ପଟେଲ , ବରଗଡ଼ ସାଂସଦ ପ୍ରତିନିଧି ରଘୁନନ୍ଦନ ପଣ୍ଡା , ଚାଷୀ ପ୍ରତିନିଧି , ମିଲର , ଚାଷୀ ଓ ସମ୍ପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ବୈଠକରେ ଚଳିତ ରବି ଋତୁରେ ଧାନ ସଂଗ୍ରହ ସକାଶେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ବିଧାୟକ ଶ୍ରୀ ମହାନ୍ତି , ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ନୀତି ନିୟମ ଅନୁଯାୟୀ ଜିଲ୍ଲାର ସମସ୍ତ ଚାଷୀ ଯେପରି ସମସ୍ତ ସୁବିଧା ସୁଯୋଗ ପାଇବେ ସେ ଦିଗରେ ଦୃଷ୍ଟି ଦିଆଯିବ ବୋଲି କହିଥିଲେ । ଆସନ୍ତା ମେ' ମାସ ଦଶ ତାରିଖରୁ ଧାନ ସଂଗ୍ରହ କରାଯିବାକୁ ଏହି ବୈଠକରେ  ନିଷ୍ପତ୍ତି ନିଆଗଲା । ଜିଲ୍ଲାରେ ଅଠରଟି ପାକ୍ସ ମାଧ୍ୟମରେ ରବି ଫସଲ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଧାନ ବିକ୍ରୟ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଥିବା ବେଳେ ଚାଷୀମାନେ ନିଜ ଇଚ୍ଛାରେ ପନ୍ଦର ଦିନର ସମୟ ସୀମା ମଧ୍ୟରେ ଧାନ ବିକ୍ରୟ କରିବାର ସୁବିଧା ରହିଛି । ଜିଲ୍ଲା ଯୋଗାଣ ଅଧିକାରୀ ବୈଠକରେ ଧାନ ସଂଗ୍ରହ ସମ୍ପର୍କିତ ନିର୍ଧାରିତ ନୀତି ନିୟମ ସମ୍ପର୍କରେ ସୂଚନା ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault