ହେଡଲାଇନସ୍:

ରାୟଗଡ ଜିଲ୍ଲାର ୩୧ଟି ବିଦେଶୀ ମଦ ଦୋକାନ ପାଇଁ ଶାନ୍ତିପୂର୍ଣ୍ଣ ଭାବରେ ଲଟେରୀ ଉଠାଣ ସମ୍ପନ୍ନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ:(ସରୋଜ କୁମାର ସାହୁ)- ରାୟଗଡ଼ ଜିଲ୍ଲାରେ ଥିବା 31ଟି ବିଦେଶୀ ମଦ ଦୋକାନ ପରିଚାଳନା ନିମନ୍ତେ ଶାନ୍ତି ପୂର୍ଣ୍ଣ  ଭାବରେ ଲଟେରୀ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି l ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶ କ୍ରମେ   ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କୋଭିଡ ନିୟମ ଅନୁଯାୟୀ ଶାନ୍ତି ଶୃଙ୍ଖଳା ସହିତ ସମାପନ ହୋଇଛି l ପ୍ରକାଶ ଥାଉକି  ଜିଲ୍ଲାରେ 31ଟି ବିଦେଶୀ ମଦ ଦୋକାନ ପରିଚାଳନା ନିମନ୍ତେ ଜିଲ୍ଲା  ଅବକାରୀ ବିଭାଗ, ରାୟଗଡ଼ ତରଫରୁ  ବିଜ୍ଞାପନ ପ୍ରକାଶ ଥିଲl l ବିଜ୍ଞାପନ ଅନୁଯାୟୀ ଜିଲ୍ଲାରୁ ମୋଟ 642ଟି ଆବେଦନ ପତ୍ର ପଡ଼ିଥିଲା l ଆବେଦନକାରୀ ମାନେ ଆବେଦନ କଲା ବେଳେ ତାଙ୍କର ଡ୍ରାଫ୍ଟ ସହ ଆବେଦନ  ଲଟେରୀ କୂପନ ସଂଗ୍ରହ କରି ନେଇଥିଲେ l  ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିନ୍ତନ କକ୍ଷ ଠାରେ ଲଟେରୀର ଉଠାଣ ବ୍ୟବସ୍ଥା କରାଯାଇଥିଲା l ଏହି ଆବେଦନ କାରୀଙ୍କ ମଧ୍ୟରୁ 505 ଜଣ ଆବେଦନକାରି ଉପସ୍ଥିତ ଥିଲେ ।  ଆବେଦନକାରୀଙ୍କ ଠାରୁ  ଅବକାରୀ ରାଜସ୍ୱ ଭାବେ ସରକାର ସିଧାସଳଖ ୬କାେଟି ୪୨ଲକ୍ଷ ଟଙ୍କା ପାଇଛନ୍ତି । କୋଭିଡ ନିର୍ଦ୍ଦେଶାବଳୀ ଅନୁଯାୟୀ  ଆଜି ସମସ୍ତ ଆବେଦନକାରି ମାସ୍କ ଓ ସାନିଟାଈଜର  ବ୍ୟବହାର ଓ  ସାମାଜିକ ଦୂରତା ବଜାୟ ରଖି  ଶାନ୍ତି ଶୃଙ୍ଖଳା ସହ ଉପସ୍ଥିତ ଥିଲେ l ଆଜିର ଏହି ଲଟେରୀରେ ଚୟନ ହୋଇଥିବା ନୂଆ  ଭେଣ୍ଡର ମାନେ ଚଳିତ ଆର୍ଥିକ ବର୍ଷରୁ  ଆସନ୍ତା ପାଞ୍ଚ ବର୍ଷ ପାଇଁ ସରକାରୀ ସ୍ୱୀକୃତିପ୍ରାପ୍ତ ଲlଇସେନ୍ସ ପାଇଛନ୍ତି  ଏବଂ ବର୍ଷକୁ ବର୍ଷ ଦୋକାନର ନବୀକରଣ ନିମନ୍ତେ ଅବକାରୀ ରାଜସ୍ୱ ସରକାରଙ୍କୁ ଦାଖଲ କରି  ଦୋକାନ ପରିଚାଳନା କରିବେ   l ଏହି ଲଟେରୀ ଉଠାଣ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଶନ୍ନ  କୁମାର ନାୟକ ଉପସ୍ଥିତ ରହିଥିଵା ବେଳେ  ଅବକାରୀ ବିଭାଗ କର୍ମଚାରୀ ମାନେ ଲଟେରୀ ଉଠାଣ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ଏହି ଲଟେରି  ଉଠାଣ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ  ପୋଲିସ ମୁତୟନ କରାଯାଇଥିଲା  l

0
0
0
s2sdefault