ହେଡଲାଇନସ୍:

ଝାରସୁଗୁଡ଼ାରେ କୋଭିଡ ପରିଚାଳନା ନେଇ ପ୍ରମୁଖ ଶାସନ ସଚିବଙ୍କ ସମୀକ୍ଷା ବୈଠକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ)- ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଓ ଝାରସୁଗୁଡ଼ା ଜିଲ୍ଲା ପାଇଁ ନିଯୁକ୍ତ କୋଭିଡ ପର୍ଯ୍ୟବେକ୍ଷକ ନିକୁଞ୍ଜ ବିହାରୀ ଧଳ ଜିଲ୍ଲାରେ କୋଭିଡ ପରିଚାଳନା ନେଇ ସମୀକ୍ଷା କରିଛନ୍ତି ।ଜିଲ୍ଲା ଖଣିଜ ପାଣ୍ଠି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀ ଧଳ  ଜିଲ୍ଲାରେ କୋଭିଡ ପରୀକ୍ଷା , ସକ୍ରିୟ କେସ ସଂଖ୍ୟା , ଟୀକାକରଣ , ବିମାନ ବନ୍ଦର ଓ ରେଳ ଷ୍ଟେସନରେ ଯାତ୍ରୀମାନଙ୍କର ସ୍କ୍ରିନିଂ ଓ  କୋଭିଡ ଡାକ୍ତରଖାନାରେ ଚିକିତ୍ସା ସୁବିଧା ଆଦି ସମ୍ପର୍କରେ ସମୀକ୍ଷା କରି  କୋଭିଡ ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ପ୍ରକାର ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଦୋକାନ , ବ୍ୟବସାୟ ପ୍ରତିଷ୍ଠାନଗୁଡିକରେ ସାମାଜିକ ଦୂରତା ରକ୍ଷା ଓ ମାସ୍କ ପରିଧାନ ଯେପରି କଡାକଡି ଭାବରେ ପାଳନ କରାଯାଏ ସେ ଦିଗରେ ପଦକ୍ଷେପ ନେବାକୁ କହିଛନ୍ତି । ସେହିପରି କଣ୍ଟେନମେଣ୍ଟ ଜୋନ ମଧ୍ୟରୁ କେହି ଯେପରି ବାହାରକୁ ନଆସନ୍ତି ସେଥି ପ୍ରତି ସତର୍କ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇ କୋଭିଡ ସଂକ୍ରମଣକୁ ରୋକିବା ପାଇଁ ସମସ୍ତେ ମିଳିତ ଭାବରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ସରୋଜ କୁମାର ସାମଲ ଜିଲ୍ଲାରେ କୋଭିଡ ସମ୍ପର୍କିତ ସମସ୍ତ ତଥ୍ୟ  ବିସ୍ତୃତ ଭାବରେ  ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ଉପସ୍ଥାପନ କରିଥିଲେ । ବୈଠକରେ ଆରକ୍ଷୀ ଅଧିକାରୀ ବିକାଶ ଚନ୍ଦ୍ର ଦାଶ , ଅତିରିକ୍ତ ଜିଲ୍ଲାପାଳ ଲିଲି କୁମାରୀ କୁଲୁ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ , ଉପ ଜିଲ୍ଲାପାଳ ଶିବ ଟପ୍ପୋ , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ଲାଲମୋହନ ରାଉତରାୟ , ଡେ଼ପୁଟି କଲେକ୍ଟର ଅଶ୍ୱିନୀ କୁମାର ପଣ୍ଡା , ନିବେଦିତା ପ୍ରଧାନ , କୋଭିଡ ପରିଚାଳନାରେ ସମ୍ପୃକ୍ତ ଡାକ୍ତର ଉପସ୍ଥିତ ଥିଲେ ।

0
0
0
s2sdefault