ହେଡଲାଇନସ୍:

ଟିଟିଲାଗଡ଼ ବିଧାନସଭା ଯୁବ କଂଗ୍ରେସର ଅଭିଯୋଗ :ପ୍ରତିଶୃତି କେବଳ ପ୍ରତିଶୃତି ହୋଇ ରହିଯାଇଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିଟିଲାଗଡ, (ଗୌରବ ଦର୍ଜୀ ) -ଟିଟିଲାଗଡ଼ବାସୀ ଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି।   ଟିଟିଲାଗଡ଼ ହାଟପଦା ରେଳବାଇ ଲେବଲ କ୍ରସିଂ ଉପରେ ଏକ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ସରିଛି। ଯାହାକି ଆସନ୍ତାକାଲି ମାନ୍ୟବର ଓଡିଶା ର ମୁଖ୍ୟମନ୍ତ୍ରୀ ଦ୍ବାରା ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପଣ ହେବାକୁ ଯାଉଛି , ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ଓଡିଶା ସରକାର ଙ୍କୁ ଟିଟିଲାଗଡ଼ ବିଧାନସଭା ଯୁବ କଂଗ୍ରେସ ଧନ୍ୟବାଦ ତଥା କୃତଜ୍ଞତା ଜଣାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀ ଏବଂ ସ୍ଥାନୀୟ ବିଧାୟିକା ତଥା ମହିଳା - ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଙ୍କୁ ଟିଟିଲାଗଡ଼ବାସୀ ଙ୍କ ବିଭିନ୍ନ ସମସ୍ୟା ର ସମାଧାନ ତଥା ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ବିଗତ ଦିନ ରେ ଦେଇଥିବା ପ୍ରତିଶୃତି କେବଳ ପ୍ରତିଶୃତି ହୋଇ ରହିଯାଇଥିବା ଯୁବ କଂଗ୍ରେସ ସୂଚନା ଦେଇଛି।  ତେଣୁ ଆଜି  ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଯୁବକଂଗ୍ରେସ ଓଡ଼ିଶା ସରକାର ତଥା ମାନ୍ୟର ମୁଖ୍ୟମନ୍ତ୍ରୀ ଙ୍କୁ ଟିଟିଲାଗଡ଼ବାସୀ ଙ୍କ ସମସ୍ୟା ଗୁଡିକୁ  ଅବଗତ କରାଇ , ପ୍ରତିଶୃତି ତଥା ଦାବି ସମୂହ ପୂରଣ କରିବା ନିମନ୍ତେ ଅନୁରୋଧ କରିଛି । ମୁଖ୍ୟ ଦାବି ଗୁଡ଼ିକ ହେଉଛିକେ  ଟିଟିଲାଗଡ ସହର  ଗ୍ରୀଷ୍ମ ପ୍ରକୋପ ତଥା ଉଚ୍ଚ ତାପମାତ୍ରା ପାଇଁ ତତଲାଗଡ଼ ରୂପେ ପରିଚିତ ଟିଟିଲାଗଡ଼ ରେ ପାନୀୟ ଜଳ ଯୋଗାଣ ରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ କରିଛି ଯୁବ କଂଗ୍ରେସ।  ତେଣୁ ଯଥାଶୀଘ୍ର ସ୍ବତନ୍ତ୍ର ଅନୁଦାନ ପ୍ରଦାନ କରି ସହରବାସି ଙ୍କୁ ଜଳକଷ୍ଟ ରୁ ମୁକ୍ତ କରିବା ପାଇଁ ଅନୁରୋଧ କରିଛି । ଏହା ସହ ବିଦ୍ୟୁତ ସମସ୍ୟା ର ସମାଧାନ ପାଇଁ ୧୩୨ କେଭି ଗ୍ରୀଡ଼ ସ୍ଥାପନ,  ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ କର କମଳ ରୁ ଲୋକାର୍ପିତ ମାତୃ ଏବଂ ଶିଶୁ ଚିକିତ୍ସାଳୟ କାର୍ଯ୍ୟକ୍ଷମ, ଟିଟିଲାଗଡ଼ ଉପଖଣ୍ଡ ସ୍ଥାରୀୟ ଚିକିତ୍ସାଳୟ କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭାବରେ ଉନ୍ନୀତ କରାଯାଇ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ,  ଟିଟିଲାଗଡ଼ବାସୀ ଙ୍କ ଦୀର୍ଘଦିନ ର ନ୍ୟାର୍ଯ୍ୟ ଦାବି ଟିଟିଲାଗଡ଼ କୁ ଜିଲ୍ଲା ମାନ୍ୟତା ପ୍ରଦାବି କରାଯାଉ, କୋରୋନା ମହାମାରୀ ଦ୍ବିତୀୟ ଲହର ରୁ ଟିଟିଲାଗଡ଼ ବାସୀ ଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବଦେବା ପାଇଁ ପୁନଶ୍ଚ କୋଭିଡ଼ ଚିକିତ୍ସାଳୟ କୁ ଆରମ୍ଭ କରିବା  ଆଦି ବିଭିନ୍ନ ଦାବି ନେଇ ଟିଟିଲାଗଡ ଯୁବ କଂଗ୍ରେସ ସରକାର ଙ୍କୁ ଅନୁରୋଧ କରିବା ସହ ଚେତାଇ ଦେଇଛି ଯେ ଆଗାମୀ ଦିନ ରେ ଟିଟିଲାଗଡ଼ବାସୀ ଙ୍କ ସମସ୍ୟା ସମାଧାନ ତଥା ଦାବି ଗୁଡିକ ପୂରଣ କରା ନଗଲେ , ଆନ୍ଦୋଳନ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ । ଆଜି ର ଏହି ସାମ୍ବାଦିକ ସମ୍ମିଳନୀ ରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ଉପସଭାପତି ବୀରେନ୍ଦ୍ର ବାଗ, ଟିଟିଲାଗଡ଼ ବିଧାନସଭା ଯୁବକଂଗ୍ରେସ କମିଟି ସଭାପତି ଅଭିଶେକ ପଟ୍ଟନାୟକ  ଓ ଟିଟିଲାଗଡ଼ ନଗର ଯୁବକଂଗ୍ରେସ କମିଟି ସଭାପତି ଜ୍ଞାନରଞ୍ଜନ ସରାଫ  ଉପସ୍ଥିତ ଥିଲେ।

0
0
0
s2sdefault