ହେଡଲାଇନସ୍:

ପୁଣି ଫେରିଲା ମାସ୍କ ଚେକିଂ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବରଗଡ :- ବରଗଡ ଜିଲ୍ଲାରେ ପୁଣି ମହାମାରୀ କୋରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି । ମୁଖ୍ୟତଃ ପଡୋଶୀ ଛତିଶଗଡ଼କୁ ଲାଗିରହିଥିବା ଅଂଚଳ ଗୁଡିକରେ ମହାମାରୀ କ୍ଷିପ୍ର ଗତିରେ ମାଡି ଚାଲିଛି । ପ୍ରଶାସନ ତରଫରୁ ଗତ କିଛି ସପ୍ତାହ ହେଲା ଅଂଚଳର ବିଭିନ୍ନ ସ୍ଥାନରେ ବ୍ୟାପକ ସଚେତନତା କରାଯାଉଛି ହେଲେ ବର୍ତ୍ତମାନ ମଧ୍ୟ ଲୋକେ ମାସ୍କ ଓ ସାମାଜିକ ଦୂରତା ଭଳି ଆବଶ୍ୟକୀୟ ନିୟମ ଗୁଡିକୁ ଅବହେଳା କରୁଥିବାର ଦେଖା ଯାଉଛି । ଆଜି ପାଇକମାଲ ମୁଖ୍ୟ ଛକରେ ସ୍ଥାନୀୟ ପ୍ରଶାସନ ତରଫରୁ ମାକ୍ସ ଯାଞ୍ଚ କରାଯାଇଛି । ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର , ଥାନା ଅଧିକାରୀ ବିଶ୍ୱଜିତ ମନବୋଧ , ସବଇନିସ୍ପେକ୍ଟର ଚୁମକି ପ୍ରଭା ନାଥ , ବିପିନ ବାଗ , ତହସିଲ କର୍ମଚାରୀ ଓ ଥାନା କର୍ମଚାରୀ ମାନେ ମାକ୍ସ ଯାଞ୍ଚ କରିବା ସହିତ ଫାଇନ ଆଦାୟ କରି ମାକ୍ସ ବାଣ୍ଟିଥିଲେ । ଆଳୁ ଖୋଲୁ ଖୋଲୁ ମହାଦେବ ଭଳି ଏହି ଯାଞ୍ଚ ସମୟରେ ଜଣେ ବାଇକ ଆରୋହି ଦୁଇ ବସ୍ତା ଦେଶୀ ମଦ ନେଇ ଯାଉଥିବା ସମୟରେ ଅଧିକାରୀ ମାନଙ୍କର ହାବୁଡ଼ରେ ପଡିଥିଲା । ଥାନା ଅଧିକାରୀଙ୍କର ନିର୍ଦେଶରେ ତାକୁ ଥାନାରେ ଅଟକ ରଖାଯାଇଥିବା ଜଣା ପଡ଼ିଛି ।

0
0
0
s2sdefault