ହେଡଲାଇନସ୍:

ଦୀପାଙ୍କ ପ୍ରୟାସ ଆଣିଲା ରଙ୍ଗ : ଟେମରିରେ ସ୍ଥାପନ ହେବ ସୌର ପାନୀୟ ଜଳ ପ୍ରକଳ୍ପ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବରଗଡ଼ : ରାଜ୍ୟର କୋଣାନୁକୋଣର ସମସ୍ୟାକୁ ନେଇ ସରକାର ତଥା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ସମାଧାନର ମାଧ୍ୟମ ସାଜିଥିବା ସାମାଜିକ କର୍ମୀ ଦୀପା ଏବେ ନିଜ ଗାଁଲୋକଙ୍କ ମୁହଁରେ ହସ ଫୁଟାଇବାରେ ସକ୍ଷମ ହୋଇଛନ୍ତି | ତାଙ୍କର ପ୍ରୟାସ ଏବେ ରଙ୍ଗ ଆଣିଛି, ଆଉ ଗାଁ ଲୋକଙ୍କ ଦୀର୍ଘଦିନର ଥିବା ପାନୀୟ ଜଣ ସମସ୍ୟା ଦୂର ହେବାକୁ ଯାଉଛି | 

 ଦୀପାଙ୍କ ପ୍ରୟାସ ଆଣିଲା ରଙ୍ଗ : ଟେମରିରେ ସୌର ପାନୀୟ ଜଳ ପ୍ରକଳ୍ପ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମ ହେଉଛି ଏକ ବଡ଼ ଗାଁ | ଏଠାରେ ୨୦୧୧ ଜନଗଣନା ଅନୁଯାୟୀ ୨୪୦୦ ଜଣ ବସବାସ କରନ୍ତି,୫ ୱାର୍ଡ ବିଶିଷ୍ଟ ଏହି ଗ୍ରାମରେ ଏପର୍ଯ୍ୟନ୍ତ କୋୖଣସି ସୌର ପାନୀୟ ଜଳ ପ୍ରକଳ୍ପ ନାହିଁ | ଗାଁରେ ବସୁଧା ଯୋଜନାରେ ଜଳଯୋଗାଣ ବ୍ୟବସ୍ଥା ହୋଇଛି ସତ କିନ୍ତୁ ତାହା ରୋଷେଇ କରିବା ତଥା ପାନୀୟ ଜଳ ରୂପେ ବ୍ୟବହାର ହୁଏନାହିଁ | ଏହି କାରଣରୁ ପାନୀୟ ଜଳ ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ | ଗାଁରେ ଥିବା ନୂଆମୁଣ୍ଡା ବନ୍ଧକୁ ଗାଧୋଇବା ପାଇଁ ସମସ୍ତେ ବ୍ୟବହାର କରନ୍ତି | ଗାଁର ଅଧିକାଂଶ ଲୋକେ ନଦୀରୁ  ବାଲି କୂଅ କରି ରୋଷେଇ କରିବା ପାଇଁ ବ୍ୟବହାର କରନ୍ତି | ଗ୍ରୀଷ୍ମରୁତୁରେ ନଦୀ ପାଣି ଶୁଖିଯାଉଥିବାରୁ ଟେମରି ଗ୍ରାମରେ ରୋଷେଇ ପାଇଁ ଏବଂ ଗାଧୋଇବା ପାଇଁ ବହୁତ ସମ୍ମୁଖୀନ ହେଇଆସୁଛନ୍ତି 

  ଏହି ସମସ୍ୟା ର ସ୍ଥାୟୀ ସମାଧାନ କରିବା ସକାଶେ ଗ୍ରାମର ଅନେକ ମହିଳା ସାମାଜିକ କର୍ମୀ ଦୀପା ବାରିକଙ୍କୁ ଭେଟିଥିଲେ | ଗତ ୧୦ ମାର୍ଚ୍ଚରେ ମହିଳାଙ୍କ ଦୁଃଖକୁ ହୃଦୟଙ୍ଗମ କରି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖି ଗାଁରେ ଥିବା ଉକ୍ତ ସମସ୍ୟାର ସମାଧାନ ପୂର୍ବକ ସୌର ପାନୀୟ ଜଳ ପ୍ରକଳ୍ପ ସ୍ଥାପନ ପାଇଁ ଅନୁରୋଧ କରିଥିଲେ | ଏହି ଚିଠିକୁ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟରେ ଅଭିଯୋଗ ପରେ ସେଠାରୁ ନିର୍ଦେଶ ଆସିଥିଲା | ଏହାପରେ ବରଗଡ଼ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରି ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମାଧ୍ୟମରେ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଆସିଥିଲା | ଇତିମଧ୍ୟରେ ଗତ ୩୧ ମାର୍ଚ୍ଚରେ ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବରଗଡ଼ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି ଯେ ଟେମରି ଗ୍ରାମବାସୀଙ୍କ ଏହି ଦାବିକୁ ପୁରଣ କରାଯିବ ଏବଂ ସରକାରୀ ନିୟମାନୁସାରେ ସୌର ପାନୀୟ ଜଳ ପ୍ରକଳ୍ପ ପ୍ରଦାନ କରାଯିବ | ଏହି ଖବର ଶୁଣିବା ପରେ ଟେମରି ଗ୍ରାମବାସୀ ଉତ୍ଫୁଲ୍ଲିତ ହୋଇଯାଇଛନ୍ତି | ଏହି ମହତ କାମ ପାଇଁ ସାମାଜିକ କର୍ମୀ ଦୀପା ବାରିକଙ୍କୁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି |

0
0
0
s2sdefault