ହେଡଲାଇନସ୍:

ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବ୍ଲକ କଂଗ୍ରେସ ଓ ନଗର କଂଗ୍ରେସ ସଭାପତିଙ୍କ ନାମ ଘୋଷଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

UP Congress plans to connect with 2.72 cr farmers – Aaj Ki Khabar

ବଲାଙ୍ଗିର(ନିରୋଜ ମିଶ୍ର) - ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବଲାଙ୍ଗିର ଜିଲ୍ଲାର ବ୍ଲକ କଂଗ୍ରେସ ସଭାପତି ଓ ନଗର କଂଗ୍ରେସ କମିଟି ସଭାପତିଙ୍କ ନାମ ଘୋଷଣା କରାଯାଇଛି । ବଲାଙ୍ଗିର ନଗର ପାଇଁ ଦିନେଶ ଦାନି  (ବୁଲୁ), ପାଟଣାଗଡ ଏନ୍ଏସି ଜୟ କୃଷ୍ଣ ମେହେର, ତୁଷୁରା ରାମେଶ୍ୱର ରଣା, ଟିଟିଲାଗଡ ଟାଉନ ପ୍ରଭାସ କୁମାର ବହିଦାର, କଣ୍ଟାବାଞ୍ଜି ଏନ୍ଏସି ଡମ୍ବରୁ ବେହେରା, ପାଟଣାଗଡ ବ୍ଲକ ପତିତପାବନ ପ୍ରଧାନ, ପୁଇଁନ୍ତଲା ଉମାକାନ୍ତ ସାହୁ, ଦେଓଗାଁ ରାମଜୀ ଚୈାଧୁରି, ଆଗଲପୁର ମନମୋହନ ପଟେଲ, ଖପ୍ରାଖୋଲ ହରେକୃଷ୍ଣ ମେହେର, ବେଲପଡା ଦୟାନିଧି ମହାକୁର, ସଦର ବ୍ଲକ ରାମପ୍ରସାଦ ମିଶ୍ର, ବଙ୍ଗୋମୁଣ୍ଡା ଗୁରୁଚରଣ ବେହେରା, ଲୋଇସିଂହା ଅରବିନ୍ଦ ସାହୁ, ସଇଁନ୍ତଲା ଗୁଣସାଗର ମାଝି, ଟିଟିଲାଗଡ ବିକାଶ ପାଣିଗ୍ରାହୀ, ଗୁଡଭେଲା ମୋହା ନାଗ, ତୁରେକେଲା ବାଳକୃଷ୍ଣ ସେଲମା, ମୁରିବାହାଲ ପ୍ରଫୁଲ୍ଲ ବଘାରଙ୍କୁ ନିଯୁକ୍ତି ଦିଆଯାଇଛି ।  ଏହି ଅବସରରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲିପ ବେହେରା ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଇବା ସହ ସଂଗଠନ ଆହୁରି ସୁଦୃଢ ହେବ ବୋଲି ମତବ୍ୟକ୍ତ କରିଛନ୍ତି । ଅପରପକ୍ଷରେ ନବ ନିଯୁକ୍ତ ବ୍ଲକ ଓ ନଗର କଂଗ୍ରେସ ସଭାପତିବୃନ୍ଦ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ପିସିସି ମୁଖପାତ୍ର ସମରେନ୍ଦ୍ର ମିଶ୍ର, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ସୁରେନ୍ଦ୍ର ସିଂ ଭୋଇ, ଜିଲ୍ଲା ସଭାପତି ଦିଲିପ ବେହେରା, ରମେଶ ପୁରୋହିତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

 

0
0
0
s2sdefault