ହେଡଲାଇନସ୍:

ଆମେରିକାର ସ୍ୱତନ୍ତ୍ର ଜଳବାୟୁ ରାଷ୍ଟ୍ର ପ୍ରତିନିଧି ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସ୍ୱଚ୍ଛ ଓ ସବୁଜ ଉର୍ଜା ଆପଣାଇବା ଦିଗରେ ଉଭୟ ଦେଶ ସହଯୋଗୀ ହେବେ - ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, - ଭାରତ ଗସ୍ତରେ ଆସିଥିବା ଆମେରିକାର ସ୍ୱତନ୍ତ୍ର ଜଳବାୟୁ ରାଷ୍ଟ୍ର ପ୍ରତିନିଧି ଶ୍ରୀ ଜନ୍ କେରି ବୁଧବାର ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଭାରତର ଉର୍ଜା କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ।

ଏହି ବୈଠକରେ ଭାରତର ବୃହତ ଉର୍ଜା ବଜାରରେ କମ୍ ଅଙ୍ଗାରକାମ୍ଳଯୁକ୍ତ ମାର୍ଗ ତଥା ସହ ଗ୍ୟାସ, ଅକ୍ଷୟ ଉର୍ଜା, ଜୈବ ଇନ୍ଧନ ଏବଂ ହାଇଡ୍ରୋଜେନ୍ କ୍ଷେତ୍ର ପାଇଁ ଜଡ଼ିତ ପ୍ରଯୁକ୍ତିବିଦ୍ୟା ଓ ଅର୍ଥନୈତିକ ବିକଶିତ କରିବା ଉପରେ ଉଭୟ ଦେଶ ସହଯୋଗୀ ହେବା ନେଇ ମତପ୍ରକାଶ ପାଇଥିଲା ।

ଏହି ବୈଠକରେ ଶ୍ରୀ ଜନ୍ କେରି ଭାରତ ଦ୍ୱାରା ପରିବେଶର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଳବାୟୁ ପରିବର୍ତନ ପ୍ରତି ଥିବା ଆଧ୍ୟାତ୍ମିକ ଓ ଭାବାତ୍ମକ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିବା ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।

ଗତ ମାର୍ଚ୍ଚ ୨୯ ତାରିଖରେ ଆମେରିକାର ଉର୍ଜା ସଚିବ ଜେନିଫର ଗ୍ରାନହୋଲମ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମଧ୍ୟରେ ପ୍ରଥମ ଭର୍ଚୁଆଲ ବୈଠକରେ ହୋଇଥିବା ଆଲୋଚନା ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା । ସ୍ୱଚ୍ଛ ଏବଂ ସବୁଜ ଉର୍ଜା ଆପଣାଇବା ଦିଗରେ ମଧ୍ୟ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।

 

0
0
0
s2sdefault