ହେଡଲାଇନସ୍:

ଆରମ୍ଭ ହେଲା ମାଟ୍ରିକ ସପ୍ଲିମେଂଟାରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଯାଜପୁର/ଜୟଶଙ୍କର ଦାଶ: ଯାଜପୁର ଜିଲାରେ ମାଟ୍ରିକ୍ ସପ୍ଲିମେଂଟାରୀ ପରୀକ୍ଷା ଆଜି ଠାରୁ ଆରମ୍ଭ ହୋଇ ୨୯ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଜିଲାର ୪ଗୋଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୧୧୭୯ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଜିଲାସ୍କୁଲ କେନ୍ଦ୍ରରେ ୩୧୪, ଯାଜପୁର ସରକାରୀ ବାଳିକା ଉଚ ବିଦ୍ୟାଳୟରେ ୩୦୩, ପାଣିକୋଇଲି ହାଇସ୍କୁଲ କେନ୍ଦ୍ରରେ ୨୮୩ ଓ କ୍ଷେତ୍ରପାଳ ହାଇସ୍କୁଲ କୋଳଥଳ ପରୀକ୍ଷା କେନ୍ଦ୍ରରେ ୨୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପରୀକ୍ଷାକୁ ସୁନିୟନ୍ତ୍ରିତ କରିବା ପାଇଁ ୪ଜଣ ମାଜିଷ୍ଟେ୍ରଟଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ପରୀକ୍ଷା ନିୟନ୍ତ୍ରଣ ପାଇଁ ଗୋଟିଏ ସ୍କ୍ୱାଡ ଗଠନ କରାଯାଇଛି ବୋଲି ଜିଲା ଶିକ୍ଷା ବିଭାଗ ସୂତ୍ରରୁ ପ୍ରକାଶ ।

0
0
0
s2sdefault