ହେଡଲାଇନସ୍:

କିଟ୍ ଓ କିସରେ  ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

22-06-18-kiitw.jpg - 141.12 kBଭୁବନେଶ୍ୱର: କିଟ୍ ଓ କିସ୍ ପକ୍ଷରୁ ଗୁରୁବାର ଆନ୍ତର୍ଜାତିକ ଯୋଗ ଦିବସ ଅନୁଷ୍ଠିତ  ହୋଇଯାଇଛି । ଏହି ଅବସରରେ ସକାଳ ୬ଟା ୪୫ ମିନିଟରେ  କିଟ୍, କିସ୍ ଓ କିମ୍ସର ୪ ହଜାର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀ କିଟ ଷ୍ଟାଡିଅମ୍ରେ ଏକାଠି ହୋଇଥିଲେ । ସମଗ୍ର ଭାରତର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳନ କରାଯାଉଥିବା ବେଳେ କିଟ୍ ଓ କିସରେ  ମଧ୍ୟ ଯୋଗ ଦିବସ ପାଳନ କରାଯିବା ସହ ଯୋଗାଭ୍ୟାସ କରାଯାଇଥିଲା । କାର୍ଯ୍ୟକ୍ରମରେ କିଟ ଓ କିସର ସଂପାଦକ ଆର.ଏନ. ଦାଶ, କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷିକେଶ ମହାନ୍ତି, କିସ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀଙ୍କ ସମେତ ସମସ୍ତ ସ୍କୁଲ୍ ଓ ବିଭାଗୀୟ ଡିନ୍ ଓ ନିଦେ୍ର୍ଧଶକମାନେ ମଧ୍ୟ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ । ଯୋଗ ପ୍ରଶିକ୍ଷିକା ଡ. ବିଶ୍ୱବନ୍ଦିତା କର ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସୂଚନାଯୋଗ୍ୟ, ଜାତିସଂଘ ପକ୍ଷରୁ ଜୁନ୍ ୨୧ ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ଘୋଷଣା କରାଯାଇଛି ।

 

 

 

0
0
0
s2sdefault