ହେଡଲାଇନସ୍:

ବଜ୍ରପାତରେ ଜଣେ ମୃତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲିପ ମହାନ୍ତି )- ବଜ୍ରପାତରେ ପୁଣି  ଜଣେ ଆଦିବାସୀ ଯୁବକର ମୃତୁ୍ୟ  ହାଇଥିବାର ଜଣାପଡ଼ିଛି । ଗୁରୁବାର ମଧ୍ୟାହ୍ନରେ ଆକାଶରୁ ବର୍ଷାପାଣି ଖସିବା ସାଙ୍ଗକୁ ବଜ୍ରପାତ ହେଉଥିଲା । ଏହି ସମୟରେ ଖୁଣ୍ଟା ଥାନା ଅନ୍ତର୍ଗତ ରଙ୍ଗାମାଟିଆ ଗ୍ରାମର ସୋମନାଥ ହାଁସଦାଃ ନିଜ ଘର ବାରଣ୍ଡାରେ ବସିଥିଲା । ମୁଣ୍ଡ ଉପରେ ଘରର କାନ୍ଥରେ ରହିଥିଲା ରହିଥିଲା ବିଦୁ୍ୟତ୍ ମ୍ୟାନ ସୁଇଚ । ବର୍ଷା ଦେଖି ବିଦୁ୍ୟତ୍ ବିଭାଗ ବିଦୁ୍ୟତ୍ ସଂଯୋଗକୁ ବିଛିନ୍ନ କରାଇ ଦେଇଥିଲା । ଏହି ସମୟରେ ପୁଣି ଥରେ ବଜ୍ରପାତ ହୋଇଥିଲା । ବିଦୁ୍ୟତ୍ ତାରରେ ମାଧ୍ୟମରେ ବଜ୍ରପାତ ଜନିତ କରେଣ୍ଟ ପାଶ କରି ମ୍ୟାନ ସୁଇଚ ତଳେ ବସିଥିବା ସୋମନାଥ ହାଁସଦାଃଙ୍କ ଶରୀରକୁ ଚାର୍ଯ୍ୟ କରାଇ ଦେବାରୁ ସେ ସେହିଠାରେ ଟଳି ପଡ଼ିଥିଲେ । ପରିବାରର ସଦସ୍ୟମାନେ ଆମ୍ବୁଲାନ୍ସ ଡ଼କାଇ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ନିକ୍କେ ଖୁଣ୍ଟା ଡ଼ାକ୍ତରଖାନାକୁ ନେଇ ଆସିଥିଲେ । ମାତ୍ର ଡ଼ାକ୍ତର ସୋମନାଥଙ୍କୁ ରିସିଭ ଡେ଼ଥ ଘୋଷଣା କରିଥିଲେ । ଖବରପାଇ ଖୁଣ୍ଟା ଥାନା ପୁଲିସ ଡ଼ାକ୍ତରଖାନାରେ ପହଁଞ୍ଚି ଶବକୁ ଜବତ କରି ଥାନାରେ ୧୨/୨୦୧୮ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଇ ଶବକୁ ପଞ୍ଚନାମା କରାଇବା ନିମନ୍ତେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲକୁ ପଠାଇଥିଲେ  ।

0
0
0
s2sdefault