ହେଡଲାଇନସ୍:

ମୟୂରଭଞ୍ଜ କଲେଜ ଅଫ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟରେ ଯୋଗ ଦିବସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବାରିପଦା - ମହାରାଜପୁରସ୍ଥିତ ମୟୂରଭଞ୍ଜ କଲେଜ ଅଫ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଯୋଗ ଦିବସ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ମହାବିଦ୍ୟାଳୟର ଅ୍ମକ୍ଷ ପ୍ରଦୀପ କୁମାର ନାୟକ ଯୋଗ ମଣିଷକୁ ସୁସ୍ଥ ଓ ନିରୋଗ କରିବା ସହ ସନ୍ତୁଳିତ ଜୀବନ ଶୈଳୀ ବିକାଶରେ ସହାୟକ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବରେ ମୟୂରଭଞ୍ଜ +୨ ବିଜ୍ଞାନ ମହାବିଦ୍ୟାଳୟର ଅ୍ମକ୍ଷା ସଂଘମିତ୍ରା ରାଉତ ଯୋଗ ଦେଇ ଯୋଗ ବିଶ୍ୱକୁ ଭାରତର ଅମୂଲ୍ୟ ଦାନ ବୋଲି ମତବ୍ୟକ୍ତ କରିଥିଲେ । ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ମୀରା ସେନାପତି ଛାତ୍ରଛାତ୍ରୀମାନଙ୍କୁ ଯୋଗ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀମାନେ ବିଭିନ୍ନ ଯୋଗ ମୁଦ୍ରା ଅଭ୍ୟାସ କରିବା ସହ ସୁସ୍ଥ ଓ ନିରୋଗ ରହିବାକୁ ଶପଥ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଅ୍ମାପକ ମଦନ ମୋହନ ସାହୁ, ଶତାବ୍ଦୀକା ମହାନ୍ତି, କୁମାରେଶ ନାୟକ, ଗଣେଶ ଚନ୍ଦ୍ର ପରିଡା, ବିଜୟା ନାୟକ, ବିବେକ ବେହେରା, ଅଭିଜିତ ପାତ୍ର, ତନୁଶ୍ରୀ ପାଣ୍ଡେ, ଅମୀର ମଲ୍ଲିକ, ପଞ୍ଚାନନ ସାହୁ ପ୍ରମୁଖ ସହଯୋଗ କରିଥିଲେ  

 

 

0
0
0
s2sdefault