ହେଡଲାଇନସ୍:

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ମକଡ଼୍ରିଲ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାନିମନ୍ତେ ଜିଲ୍ଲାସ୍ତରୀୟ ସାମୁହିକ ଅଭ୍ୟାସ(ମକଡ଼୍ରିଲ)-୨୦୧୮ ସମ୍ପର୍କୀତ କର୍ମଶାଳା ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସଡ଼ମା) ପକ୍ଷରୁ ଓ ମୟୂରଭଞ୍ଜ ଜିଲ୍ଲାପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ ସଦଭାବନା ସଭା ମଣ୍ଡପ ପରିସରରେ ଅନୁଷ୍ଠିତ  ହୋଇଥିଲା । ଉକ୍ତ କର୍ମଶାଳାର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ ତାଙ୍କ ଭାଷଣରେ ବନ୍ୟା, ବ୍ୟାତ୍ୟା, ଭୂକମ୍ପ ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଭାବିତ ଅଞ୍ଚଳଗୁଡ଼ିକରୁ ଜନସାଧାରଣଙ୍କର ଧନଜୀବନର ସୁରକ୍ଷା, ଉଦ୍ଧାର କାର୍ଯ୍ୟ, ନିରାପଦ ଆଶ୍ରୟସ୍ଥଳରେ ଥଇଥାନ ବିଶେଷକରି ୧୯୯୯ ମହାବାତ୍ୟା ପରେ ରାଜ୍ୟ ବିପର୍ଯୟ ପରିଚାଳନା କତ୍ତୃପକ୍ଷଙ୍କ ଦ୍ୱାରା ବିପର୍ଯ୍ୟର ମୁକାବିଲା ଓ ଉଦ୍ଧାର କାର୍ଯ୍ୟ ନିମନ୍ତେ ପ୍ରତ୍ୟେକ ବର୍ଷ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକସ୍ତରରେ ଆୟୋଜିତ ହେଉଥିବା ପ୍ରାକ୍ ପ୍ରସ୍ତୁତି ସାମୂହିକ ଅଭ୍ୟାସ (ମକଡ୍ରିଲ) ଉପରେ ବିସ୍ତୃତ ଭାବେ ଆଲୋଚନା, ତାଲିମ ଆଦି ପ୍ରଦାନ କରାଯାଇଥିଲା । ଏଥି ସହିତ ବିପର୍ଯ୍ୟୟ ପରିଚାଳନା ଯୋଜନା କାର୍ଯ୍ୟକାରୀ କରାଯିବା, ଉଦ୍ଧାର କାର୍ଯ୍ୟରେ ବ୍ୟବହାର ହେଉଥିବା ଯନ୍ତ୍ରପାତିର ବ୍ୟବହାର ଓ ବ୍ୟବହାର ଉପ ଯୋଗି କି ନୁହେଁ ତାହା ଯାଞ୍ଚ କରିବା, ସତର୍କ ସୂଚନା ମିଳିବା ମାତ୍ରେ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଥିଲା । ବିଶେଷ କରି ଏ ଦିଗରେ ବିଭାଗୀୟ ଅଧିକାରୀ, ସରକାରୀ କର୍ମଚାରୀ, ସ୍ଥାନୀୟ ଯୁବସଙ୍ଗଠନ, ସ୍ୱେଚ୍ଛାସେବୀ ସଙ୍ଗଠନର ସଦସ୍ୟମାନଙ୍କର ସମ୍ମିଳିତ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ପ୍ରତ୍ୟେକ ନିଜନିଜ ସ୍ତରରେ ପ୍ରସ୍ତୁତ ଓ ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିଲା ।   ସେହିପରି ଅନ୍ୟତମ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଗଙ୍ଗାଧର ନାୟକ ୧୯୯୯ ମହାବାତ୍ୟା ଓ ୨୦୧୩ ଫାଇଲିନ ଆମକୁ ସଦାସର୍ବଦା ସତର୍କ ଓ ପ୍ରସ୍ତୁତ ରହିବା ନିମନ୍ତେ ଶିକ୍ଷା ଦେଇଛି । ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କତ୍ତୃପକ୍ଷଙ୍କ ଯୋଜନା କାର୍ଯ୍ୟ ଖସଡ଼ା ଅନୁସାରେ ଜିଲ୍ଲାର ପ୍ରାକୃତିକ ପରିଚାଳନା କତ୍ତୃପକ୍ଷ ତଥା ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ବର୍ତ୍ତମାନ ପ୍ରତ୍ୟେକ ସ୍ତରରେ ପ୍ରାକୃତିକ ବିପର୍ଯ୍ୟର ମୁକାବିଲା ଦିଗରେ ସଜାଗ ହୋଇପାରିଛନ୍ତି ବୋଲି ମତପୋଷଣ କରି ଏଥି ନିମନ୍ତେ ସର୍ବଦା ଆତ୍ୟାବଶ୍ୟକୀୟ ଜରୁରୀ ସାମଗ୍ରୀ ସହିତ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ । କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ରିସୋର୍ସ ପରର୍ସନ ଭାବେ ଅଗ୍ନିଶମ ବିଭାଗର ଅଧିକାରୀ ଶ୍ରୀଧର ନାୟକ ଯୋଗ ଦେଇ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଭାଗର ପ୍ରଶିକ୍ଷିତ କର୍ମଚାରୀଙ୍କ ଦ୍ୱାରା କିପରି ବିଭିନ୍ନ ଉପକରଣର ବ୍ୟବହାର ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଥାଏ ସେ ସମ୍ପର୍କରେ ଆଲୋକପାତ କରାଇଥିବା ବେଳେ ଅନ୍ୟତମ ରିସୋର୍ସ ପାରର୍ସନ ଭାବେ ଜିଲ୍ଲା ୟୁଥ ରେଡ଼କ୍ରସ ସୋସାଇଟିର ସଂଯୋଜକ ଦିଲ୍ଲୀପ କୁମାର ଭୋଇ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରେଡ଼କ୍ରସର ଭୂମିକା, ଦାୟିତ୍ୱ ଓ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅଗ୍ନିଶମ ବିଭାଗର ଟିମ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ ସମ୍ବନ୍ଧୀୟ ଓ ବିଭିନ୍ନ ଆଧୁନିକ ଯନ୍ତ୍ରପାତିର ବ୍ୟବହାର ଆଦି ଉପରେ ଏକ ଡେ଼ମୋ ପ୍ରଦର୍ଶନ କରାଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଜରୁରୀ ଅଧିକାରୀ ତଥା ଡେ଼ପୁଟୀ କଲେକ୍ଟର ଦୟାସିନ୍ଧୁ ପରିଡ଼ା ସ୍ୱାଗତ ଭାଷଣ ଦେବା ସହିତ ସାମୂହିକ ଅଭ୍ୟାସ ମକ୍ଡ଼୍ରିଲର ଉଦେ୍ଧଶ୍ୟ ଉପରେ ଆଲୋକପାତ ପୂର୍ବକ ବଜ୍ରାଘାତ, ସର୍ପ ଦଂଶନ ଓ ପାଣିରେ ବୁଡ଼ିଯାଉଥିବା ବ୍ୟକ୍ତିର ଜୀବନ ରକ୍ଷା କିପରି କରାଯାଇ ପାରିବ ସେ ସମ୍ପର୍କରେ ସୂଚନା ଦେବା ସହିତ ଏଆରସିଙ୍କ ପକ୍ଷରୁ ୨୦ ପ୍ରକାରର ବିପର୍ଯ୍ୟୟରେ ପ୍ରଭାବିତମାନଙ୍କ କ୍ଷେତ୍ରରେ ସରକାରଙ୍କ ସହାୟତା, ଅନୁକମ୍ପା ରାଶି, ଚିକିତ୍ସା ଖର୍ଚ୍ଚ ଆଦି ଉପରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଶେଷରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।  କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାସ୍ତରୀୟ ପଦାଧିକାରୀ, ଅଧିକାରୀ, ସ୍ୱେଚ୍ଛାସେବୀ ସଙ୍ଗଠନର କମଙକର୍ତ୍ତା ଓ ସଦସ୍ୟ, ବିଭିନ୍ନ ଶିକ୍ଷାନୁଷ୍ଠାନ  ଏନସିସି ଓ ଏନଏସଏସ, ରେଡ଼କ୍ରସ ସଂସ୍ଥାର ସଦସ୍ୟ ପ୍ରମୁଖଙ୍କ ସମେତ ଛାତ୍ରଛାତ୍ରୀ ଓ ଜନସାଧାରଣ ଯୋଗ ଦେଇଥିଲେ । 

 

 

0
0
0
s2sdefault