ତାତି ସାଙ୍ଗକୁ ବଢୁଛି କୋରୋନାର ପ୍ରଭାବ :ସଚେତନ କରାଇବା ପାଇଁ ରାଜରାସ୍ତାରେ ପ୍ରଶାସନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଗତ କିଛିଦିନ ହେଲା ରାଜ୍ୟରେ ମୁଖ୍ୟତଃ ଛତିଶଗଡ଼ କୁ ଲାଗିଥିବା ଜିଲ୍ଲା ମାନଙ୍କରେ କୋରୋନା ସଂକ୍ରମିତ ଙ୍କର ସଂଖ୍ୟା ବଢିବାରେ ଲାଗିଛି । ପ୍ରତ୍ୟେକ ଦିନ ଚିହ୍ନଟ ହେଉଛନ୍ତି ବହୁ ନୂଆ ସଂକ୍ରମିତ । ଯାହାକି ବର୍ତ୍ତମାନ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଗତବର୍ଷ ଯେତେବେଳେ ଏହି ସଂକ୍ରମଣ ଆରମ୍ଭ ହୋଇଥିଲା ସେହି ସମୟ ଠାରୁ ବର୍ତ୍ତମାନ ପର୍ଯନ୍ତ ବାରମ୍ବାର ସରକାର ଙ୍କର ତରଫରୁ ମାକ୍ସ ପିନ୍ଧିବା , ସାମାଜିକ ଦୂରତା ଉପରେ ଲୋକଙ୍କୁ ସଚେତନ କରାଯାଉଛି ହେଲେ ସଂକ୍ରମଣ ଟିକେ କମିଥିବା ବେଳେ ଲୋକ ମଧ୍ୟ ଅବହେଳା କରିବା ଆରମ୍ଭ କରିଦେଲେ । ଯେଉଁଆଡ଼େ ଦେଖିଲେ ବି ଅଧିକାଂଶ ଲୋକ ସଚେତନ ନ ଥିଲା ଭଳି ଲାଗୁଛି । ଅକାରଣରେ ଜନଗହଳି କରୁଥିବା ଓ କୋବିଡ଼ ନିୟମ ଉଲଂଘନ କରୁଥିବା ଦୃଶ୍ୟ ଏକ ସାଧାରଣ କଥା ହୋଇଗଲାଣି । ଅନ୍ୟପଟେ ବର୍ତ୍ତମାନ ପୁଣି ଫେରୁଛି କୋରୋନା । 

    ଆଜି ସନ୍ଧ୍ୟା ସମୟରୁ ପାଇକମାଲ ମୁଖ୍ୟ ଛକରେ ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର , ବିଡ଼ିଓ ଶ୍ରୀ ସୁରେନ୍ଦ୍ର ମେହେର , ଥାନା ଅଧିକାରୀ ବିଶ୍ୱଜିତ ମନବୋଧ, ଏସ ଆଇ ଚୁମକିପ୍ରଭା ନାଥ ପ୍ରମୁଖ ଲୋକଙ୍କୁ ସଚେତନ କରାଇବା ପାଇଁ ଅଭିଯାନ ଆରମ୍ଭ କରିଥିଲେ । ରାସ୍ତାରେ ଯିବାଆସିବା ଲୋକଙ୍କୁ , ବାଇକ ତଥା ଅନ୍ୟାନ୍ୟ ଯାନବାହନ ରେ ଯାଉଥିବା ଲୋକଙ୍କୁ ମାକ୍ସ ପିନ୍ଧିବା ପାଇଁ ସଚେତନ କରୁଥିବା ସହିତ ଯେଉଁ ମାନଙ୍କର ପାଖରେ ମାକ୍ସ ନଥିଲା ସେମାନଙ୍କୁ ମାକ୍ସ ବିତରଣ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ପଡୋଶୀ ଛତିଶଗଡ଼ ଓ ନୂଆପଡା ଜିଲ୍ଲା ରେ କୋରୋନା ସଂକ୍ରମଣ ଅଧିକ ଥିବାରୁ ସୀମାନ୍ତ ବର୍ତ୍ତି ଗ୍ରାମ ମାନଙ୍କରେ ପ୍ରଶାସନ ତରଫରୁ  ସଚେତନତାକୁ ବ୍ୟାପକ କରାଯାଉ ଜଣା ପଡ଼ିଛି । ତେବେ ଆମକୁ ମଧ୍ୟ ବର୍ତମାନ ପରିସ୍ଥିତି ରେ ସମସ୍ତ ନିୟମକୁ ପାଳନ କରିବାକୁ ପଡିବ ।

0
0
0
s2sdefault