ହେଡଲାଇନସ୍:

ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ପବିତ୍ର ଘୋଷଯାତ୍ରା ଉପଲକ୍ଷେ  ପ୍ରସ୍ତୁତି ବୈଠକ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର/ଜୟଶଙ୍କର ଦାଶ  : ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ମନ୍ଦିର ବେଢା ମଧ୍ୟରେ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ଘୋଷଯାତ୍ରା ଜୁଲାଇ ୧୪ତାରିଖରେ ଅନୁଷ୍ଠିତ  ହେଉଛି । ୧୫ ତାରିଖ ଅପରାହ୍ନ ୪ଘଟିକାରୁ ରଥ ଟଣା ପାରମ୍ପରିକ ରିତିନିତି ଅନୁସାରେ ଅନୁଷ୍ଠିତ ହେବ ଏହି ଉପଲକ୍ଷେ ମନ୍ଦିର ଟ୍ରଷ୍ଟବୋର୍ଡର ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ତଥା ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଟ୍ରଷ୍ଟବୋର୍ଡର ସମସ୍ତ ସଭ୍ୟ, ଯାଜପୁରର ପୌରପାଳ ଭବପ୍ରସାଦ ଦାସ   ପାରିଷଦ ସନ୍ତୋଷ କୁମାର ମଲିକ ଓ ଅନନ୍ୟା ସାହିତ୍ୟ ସଂସଦର ସଭାପତି ସନ୍ତୋଷ କୁମାର ନନ୍ଦ ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତାମାନେ ବିଭିନ୍ନ ପୂଜା କମିଟିର କର୍ମକର୍ତା ତଥା ବିଭିନ୍ନ ସରକାରୀ ବିଭାଗର ଅଧିକାରୀ ବୃନ୍ଦ ଆଲୋଚନାରେ ଅଂଶ ଗ୍ରହଣ କରି କିପରି ପବିତ୍ର ଘୋଷଯାତ୍ରା ସୁ-ଶୃଙ୍ଖଳିତ ହୋଇ ପାରିବ ସେ ବିଷୟରେ ନିଜସ୍ୱ ମତାମତ ପ୍ରଦାନ କରିଥିଲେ ।  ରଥଯାତ୍ରା ଠାରୁ ବାହୁଡା ଯାତ୍ରା ମଧ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ପ୍ରଶାସନକୁ ଅନୁରୋଧ କରାଯାଇଥିଲା । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ମାଉସୀ ମା ମନ୍ଦିରରେ ଅବସ୍ଥାନ ସମୟରେ ଓ ସଂନ୍ଧ୍ୟା ସମୟରେ ଭକ୍ତି ପୂର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ, ଯଥା ଭଜନ, ପାଲା ଓ ସଂକିର୍ତନ ଆଦି ପରିବେଷଣ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ  ମାନଙ୍କୁ ଅନୁରୋଧ କରାଯାଇଅଛି । ପ୍ରଭୂଙ୍କର ଏହି ଯାତ୍ରା ସମୟରେ ବହୁ ସଂଖ୍ୟାରେ ଜଗନ୍ନାଥ ପ୍ରେମୀ ଭକ୍ତମାନେ ଯୋଗଦାନ କରିବା ପାଇଁ ଟ୍ରଷ୍ଟ ପକ୍ଷରୁ ସର୍ବସାଧାରଣଙ୍କୁ ଅନୁରୋଧ କରାଯାଇଛି ।

 

0
0
0
s2sdefault