ହେଡଲାଇନସ୍:

ରାୟଗଡ ଠାରେ ବିଭିନ୍ନ ଦାବି ନେଇ ଭାରତୀୟ ମଜଦୁର ସଂଘର ବିକ୍ଷୋଭ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

21-06-18-saroj.jpg - 53.75 kB

ରାୟଗଡ, ସରୋଜ କୁମାର ସାହୁ :  ଭାରତୀୟ ମଜଦୁର ସଂଘର ନିଷ୍ପତି କ୍ରମେ ରାୟଗଡ ଜିଲ୍ଲା ଭାରତୀୟ ମଜଦୁର ସଙ୍ଘର ଜିଲ୍ଲା ସଭାପତି ଯୋଗେଶ୍ଵର ଦାସଙ୍କ ନେତୃତ୍ୱରେ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ, ଅଲ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାକର୍ସ ଆସୋସିଏସନ, ଓଡିଶା ରାଜ୍ୟ ଆଶାକର୍ମୀ ସଂଘ, ଓଡିଶା ରାଜ୍ୟ ସ୍ବାବଲମ୍ବୀ କାରୀଗର ସଂଘ, ଓଡିଶା ରାଜ୍ୟ ପଚିକା ସଂଘ, ରାୟଗଡ ଜିଲ୍ଲା ବ୍ୟବସାୟୀ ସଂଘ ଓ କର୍ମୀ ମାନେ ହଜାର ହଜାର ସଂଖ୍ୟାରେ ଯୋଗ ଦେଇ ସ୍ଥାନୀୟ ଗାନ୍ଧୀ ପାର୍କ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପ୍ରଥମେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ରାୟଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ସଭାର ଆୟୋଜନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ଓ ଜିଲ୍ଲା ସଭାପତି ଯୋଗେଶ୍ଵର ଦାସ ପ୍ରକାଶ କରିଥିଲେ ଯେ, ଦାମନଯୋଡି ଠାରେ ଅଧିବେଶନରେ ଗୃହୀତ ହୋଇଥିବା ଓଡିଶାର ଠିକା ଓ ଅଣ ସଂଗଠିତ କ୍ଷେତ୍ରରେ ଶ୍ରମିକଙ୍କୁ କେବେ ମିଳିବ ଅର୍ଥନୈତିକ ସ୍ଵାଧୀନତା ଏବଂ କେବେ ବନ୍ଦ ହେବ ଦାଦନ ପ୍ରଥାର ଶ୍ରମିକ ଅସନ୍ତୋଷ ଓ ସମସ୍ୟା ଉପରେ ଓଡିଶା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଜିଲ୍ଲାରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ସ୍ବାଵଲମ୍ବି କାରୀଗର ଓ ପଚିକା ମାନଙ୍କର ହେଉଥିବା ସମସ୍ୟା ରାଜ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗ କରିଥିଲେ। ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘର ରାଜ୍ୟ ସଭାପତି ଅରୁଣ କୁମାର ଲେଙ୍କା ଓଡିଶାର ଅସଙ୍ଗଗଠିତ ଶ୍ରମିକ ଓ ଦାଦନ ଶ୍ରମିକ ସମସ୍ୟା ବୃଦ୍ଧି ରୋକିବାରେ ରାଜ୍ୟ ସରକାରଙ୍କ ଅବହେଳା ବା ଇଛା ଶକ୍ତିର ଅଭାବ ହେଉଥିବା ଅଭିଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟତ ସାମାଜିକ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଶ୍ରମିକ ମାନଙ୍କୁ ପଞ୍ଜିକରଣ କରି ସେମାନଙ୍କୁ ସହାୟତା ପାଇଁ କୋଟି କୋଟି ଟଙ୍କା ଆସୁଥିଲେ ମଧ୍ୟ ତାହା ରାୟଗଡ ଜିଲ୍ଲାରେ କିଭଳି ବାଟ ମାରଣା ହୋଇ ଏକ ପ୍ରହଶନ ପାଲଟିଛି ଓ ସଧାରଣ ଶ୍ରମିକ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଧାଇଁ ଧାଇଁ ହଇରାଣ ହେଉଥିବା ଅଭିଯୋଗ କରିଥିଲେ। ଭାରତୀୟ ମଜଦୁର ସଂଘର ଜିଲ୍ଲା ସମ୍ପାଦକ ଖଗେଶ୍ବର ସିଂ ଓ ବିଷ୍ଣୁ ହୁଈକ ଜିଲ୍ଲାର ଶ୍ରମିକ ମାନଙ୍କ ହେଉଥିବା ସମସ୍ୟା ସମ୍ପର୍କରେ ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କସ୍ ଆସୋସିଏସନର ଜିଲ୍ଲା ସଭାନେତ୍ରୀ ଜୟନ୍ତୀ ପଦ୍ମାଳୟା ସାହୁ, ସମ୍ପାଦିକା ଉଷାରାଣୀ ଦାଶ, ଆଶା ସଙ୍ଘର ପୁଷ୍ପାଞ୍ଜଳି ବେହେରା, ମମତା ବିଶ୍ୱାଳ, ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀ ମାନଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଦାବୀପତ୍ର ରାୟଗଡ ଅତିରିକ୍ତ ଜିଲ୍ଲାପାଳ ସୁଧାକର ଶବରଙ୍କୁ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଆନନ୍ଦ ରାଉଳ, ଗୀତା ଉଲ୍ଲାକା, ଶୋଭାରାଣୀ ସାହୁ, ରମାବତୀ ବାଉରି, ମଂଜୁଳା ପଣ୍ଡା, ବଂଶୀ କଣ୍ଡାଗରୀ, ରାମକୃଷ୍ଣ ପଣ୍ଡୁ, ନେହା ସିଂ, ଉମା ବଳିୟାର ସିଂ, ସୀମାଞ୍ଚଳ ମିଶ୍ର ପ୍ରମୁଖ ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ।

 

0
0
0
s2sdefault