ହେଡଲାଇନସ୍:

ପାଳିତ ହେବ କଥା ସମ୍ରାଟ ଫକୀର ମୋହନ ସେନାପତିଙ୍କ ମହାପ୍ରୟାଣ ଶତବାର୍ଷିକୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାରିପଦା(ଦିଲ୍ଲୀପ ମହାନ୍ତି )- ସ୍ଥାନୀୟ ସେଣ୍ଟର ଫର ସୋସିଆଲ ଆଣ୍ଡ କଲ୍ଚରାଲ  ଆକ୍ସିଲେନ୍ସ, ମୟୂରଭଞ୍ଜ ପୁସ୍ତକ ମେଳା, ବିଜୟିନୀ ପବ୍ଲିକେଶନ ଓ ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଜୁନ ୨୩ ଓ ୨୪ଦୁଇ ଦିବସ ଧରି କଳା, ସାହିତ୍ୟ ଓ ସଂସ୍କୃତି ମିଳନର ମହାପର୍ବ ମିଲିୟନ ଡ୍ରିମସ୍ ସାହିତ୍ୟ ମହୋତ୍ସବ  ମାଧ୍ୟମରେ କଥା ସମ୍ରାଟ ଫକୀର ମୋହନଙ୍କ ମହାପ୍ରଣାୟ ଶତବାର୍ଷିକୀ ପାଳିତ ହେବ । ଇଂରାଜୀ ମାଧ୍ୟମରେ ବିଦ୍ୟାଳୟଗୁଡ଼ିକରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କବି ଜୟନ୍ତ ମହାପାତ୍ରଙ୍କ ରଚିତ ଏଇଟ୍ ଟେଲସ୍ ଫ୍ରମ ଫକୀର ମୋହନ ପୁସ୍ତକର ବିଦ୍ୟାଳୟସ୍ତରୀୟ ଉନ୍ମୋଚନ ପ୍ରଥମ ଦିବସରେ ଶିରିଶବଣିସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷାଶ୍ରମ ପରିସରରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ବିଶ୍ୱ ବିଖ୍ୟାତ ଉଦ୍ଭିଦ ବିଜ୍ଞାନୀ ପ୍ରଫେସର ପ୍ରଦୀପ କୁମାର ଚାନ୍ଦଙ୍କ କରକମଳରେ ଅନୁଷ୍ଠିତ  ହେବ । ଫକୀର ମୋହନଙ୍କ କୃତ୍ତିକୁ ପିଲାଙ୍କ ମଧ୍ୟରେ ଆଦୃତ କରାଇବା ନିମନ୍ତେ ଫକୀର ମୋହନଙ୍କ ଜୀବନୀ ଆଦିକୁ ନେଇ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ଚିତ୍ରାଙ୍କନ, ଗଳ୍ପ ଲିଖନ, ବକ୍ତୃତା, ଫେନସୀ ଡ୍ରେସ, ରାଜ୍ୟସ୍ତରୀୟ ବହୁଭାଷୀ କବିତା ପାଠୋତ୍ସବ ଓ ଆଲୋଚନାଚକ୍ର ଆଦି ପ୍ରତିଯୋଗିତା ବାରିପଦା ସହୀଦ ସ୍ମୃତି ଭବନ ପରିସରରେ ଅନୁଷ୍ଠିତ  ହେବ । ଏହି ଅବସରରେ ମୟୂରଭଞ୍ଜ ଲ ଡେପୁଟି  କଲେକ୍ଟର ତଥା ଜିଲ୍ଲା ଜରୁରୀ  ଅଧିକାରୀ ଡ଼ଃ ଦୟାସିନ୍ଧୁ ପରିଡ଼ାଙ୍କ ବରଗଛ କବିତା ସଙ୍କଳନକୁ କବି ଜୟନ୍ତ ମହାପାତ୍ର ଲୋକାର୍ପିତ କରାଇବାର କାର୍ଯ୍ୟକ୍ରମ ରହିଥିବା ବେଳେ ଲୋକପ୍ରିୟସ୍ତମ୍ଭକାର ତଥା ଗାଳ୍ପିକ ଗୌତମବୁଦ୍ଧ ଦାସ, କବି ତଥା ନାଟ୍ୟକାର ଇଂ ମନୋଜ ଦଳବେହେରା ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପିକା ରଞ୍ଜିତା ପାତ୍ର ପ୍ରମୁଖ ବରଗଛ କବିତା ସଙ୍କଳନ ଉପରେ ମତବ୍ୟକ୍ତ କରିବେ । ସେହିପରି ପାଠକ ଆନ୍ଦୋଳନର ଉଦ୍ୟୋକ୍ତ ମନୋଜ ଦଳବେହେରାଙ୍କୁ ରିଡ଼ର୍ସ ଇନସପିରାନଓ ନ୍ୟାସନାଲ ଆୱାଡର଼୍, ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବାରିପଦା ପୌରପରିଷଦର ଉପନଗରପାଳ ଜିତେନ୍ଦ୍ର ମହାନ୍ତିଙ୍କି ଗ୍ରୀନଫିଙ୍ଗର ନ୍ୟାସନ୍ୟାଲ ଆୱାଡର଼୍, ବାଲେଶ୍ୱର ସିଦ୍ଧି ବିନାୟକ ଯୁକ୍ତ ଦୁଇ ଆବାସିକ ବିଜ୍ଞାନ ମହାବିଦ୍ୟାଳୟକୁ ମିଲେନିୟମ ଡ଼୍ରିମସ ବେଷ୍ଟ ଏଜୁକେସନ  ଆୱାର୍ଡ  ଆଦି ପ୍ରଦାନ କରାଯିବା ସଂଗେସଂଗେ ମହାପୁରୁଷ ତଥା ବ୍ୟାସକବି ଯୁଗପୁରୁଷ ଫକୀର ମୋହନ ସେନାପତିଙ୍କ ସ୍ମୃତିକୁ  ପରବର୍ତ୍ତି ପିଢ଼ୀମାନଙ୍କ ଉଦଜୀବିତ କରି ରଖିବା ନିମନ୍ତେ ପ୍ରତ୍ୟେକ ଶିକ୍ଷା ଅନୁଷ୍ଠାନମାନଙ୍କରେ ରେବତୀ ପାଣ୍ଠି ନାମରେ ଅବହେଳିତ ନିଷ୍ପେଷିତକନ୍ୟା ସନ୍ତାନଙ୍କ ସହାୟତା ଉଦେ୍ଧଶ୍ୟରେ ଏକ ସହଯୋଗ ପାଣ୍ଠି ଶୁଭାରମ୍ଭ କରାଯିବ ବୋଲି ସେଣ୍ଟର ଫର ସୋସିଆଲ ଆଣ୍ଡ କଲ୍ଚରାଲ  ଆକ୍ସିଲେନ୍ସର ଆବାହକ ବିରଜା ପ୍ରସାଦ ନାୟକ ଓ ମୟୂରଭଞ୍ଜ ପୁସ୍ତକ ମେଳାର ସଭାପତି ପଦ୍ମନାଭ ସାହୁ ମିଳିତ ବକ୍ତବ୍ୟରେ ପ୍ରକାଶ କରିଛନ୍ତି ।

 

 

 

0
0
0
s2sdefault