ହେଡଲାଇନସ୍:

ଭଦ୍ରକରେ ସମ୍ଭାବ୍ୟ ବିପର୍ଯ୍ୟୟକୁ ମୁକାବିଲା ନିମନ୍ତେ  ଜିଲ୍ଲାସ୍ତରୀୟ ମକଡ୍ରିଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 à¬­à¬¦à­à¬°à¬•à¬°à­‡ ସମ୍ଭାବ୍ୟ ବିପର୍ଯ୍ୟୟକୁ ମୁକାବିଲା ନିମନ୍ତେ  ଜିଲ୍ଲାସ୍ତରୀୟ ମକଡ୍ରିଲ

ଭଦ୍ରକ (ସତ୍ୟ ସ୍ୱାମୀ)- ଭଦ୍ରକ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ପରିସରରେ ଜିଲ୍ଲାସ୍ତରୀୟ ମକ୍ଡି୍ରଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ବୈଠକରେ  ସହକାରୀ ଅଗ୍ନିଶ୍ରମ ଅଧିକାରୀ ସଂଗ୍ରାମ କୁମାର ହାଂସଦା,ସୁଚନା ଓ ବିଜ୍ଞାନ ଅଧିକାରୀ  ବିଜୟ କୁମାର ମିଶ୍ର, ଡେପୁଟି କଲେକ୍ଟର ଜୟଶ୍ରୀ ସେନାପତି,ଫାଇଆରମ୍ୟାନ ଅରୁଣ କୁମାର ସ୍ୱାଇଁ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ  ଏବଂ ଅଗ୍ନିଶ୍ରମ ବିଭାଗର କର୍ମକର୍ତ୍ତମାନେ ଯୋଗଦେଇଥିଲେ । ସମ୍ଭାବ୍ୟ ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟକୁ କିପରି ମୁକାବିଲା କରିବା ସହ ଜନସାଧରଣଙ୍କ ଧନଜୀବନକୁ  ରକ୍ଷା କରାଯାଇ ପାରିବ ସେ ସଂର୍ପକରେ ବକ୍ତବ୍ୟ ପ୍ରଦାନ କରିଥିଲେ ।   ବିପର୍ଯ୍ୟୟ ସମୟରେ  କିପରି ତୁରନ୍ତ ଧନଜୀବନୁ ଉଦ୍ଧାର  ନିମନ୍ତେ ଅଗ୍ନିଶ୍ରମ ବିଭାଗର କର୍ମଚାରୀମାନେ ବିଭିନ୍ନ କୌଶଳ ଅବଲମ୍ବନ ପ୍ରଦର୍ଶନ କରିବା ସହ ଉପସ୍ଥିତ ଲୋକମାନଙ୍କୁ ବୁଝାଇଥିଲେ । ଜିଲ୍ଳାର ବିଭିନ୍ନ ବ୍ଲକର ୮୧ଟି ସେକ୍ଟରରେ ବା ବତ୍ୟାଆଶ୍ରୟସ୍ଥଳୀରେ ଏହି ସ୍ମକ୍ ଡିଲ୍ ଅନୁଷ୍ଠିତ  ହୋଇଯାଇଛି । ପ୍ରତ୍ୟେକ ବାତ୍ୟାଅଶ୍ରୟସ୍ଥଳୀରେ  ସ୍ଥାନୀୟ ତହସିଲଦାର, ବିଡ଼ିଓ ଏବଂ ନୋଡଲ ସ୍ୱେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତମାନେ ଉପସ୍ଥିତ ରହିଥିଲେ ।  ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ, ଉପଜିଲ୍ଲାପାଳ ସୁଚାର ବଳ,ଡେପୁଟୀ କଲେକ୍ଟର ରାଜେନ୍ଦ୍ର ପଣ୍ଡା ସମେତ ଅନ୍ୟାନ୍ୟ ଅଧିକାରୀମାନେ ବିଭିନ୍ନ ବାତ୍ୟାଆଶ୍ରୟସ୍ଥଳୀ ପରିଦର୍ଶନ କରିବା ସହ ମକ୍ଡି୍ରଲ କାର୍ଯ୍ୟକ୍ରମକୁ ତଦାରଖ  କରିଥିଲେ  ।  

0
0
0
s2sdefault