ହେଡଲାଇନସ୍:

ସମନ୍ୱୟ ରକ୍ଷା ହୋଇପାରିଲେ ସମବାୟ ଆପଣଙ୍କ ଦ୍ୱାରରେ ଅଭିଯାନ ସଫଳ ହୋଇପାରିବ- ଉପବାଚସ୍ପତି ସାନନ୍ଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

20-06-18-bari.jpg - 76.72 kBବାରିପଦା(Dillip Mohanty )- ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ସହିତ କୃଷି, ଉଦ୍ୟାନକୃଷି, ଆଗ୍ରୋ, ଆତ୍ମା, ମୃତ୍ତିକା ସଂରକ୍ଷଣ ଆଦି ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟକରି ପାରିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଦୂରପ୍ରସାରୀ ଯୋଜନା ସମବାୟ ଆପଣଙ୍କ ଦ୍ୱାରରେ ଅଭିଯାନ ସଫଳ ହୋଇପାରିବ । ତେଣୁ ଉକ୍ତ ଅଭିଯାନର ଉଦେ୍ଧଶ୍ୟ ଓ ଲକ୍ଷକୁ ସଫଳ କରାଇବାକୁ ହେଲେ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବାକୁ ହେବ । ଏଥି ସହିତ ଆମ ରାଜ୍ୟର କୃଷି ଓ କୃଷକମାନଙ୍କ ଉନ୍ନତି ନିମନ୍ତେ ଓଡ଼ିଶା ସରକାର ଯୋଗାଇ ଦେଉଥିବା ବିଭିନ୍ନ ସୁବିଧା ସୁଯୋଗର ବାର୍ତ୍ତାକୁ ସମବାୟ ବିଭାଗ ଦ୍ୱାରା ସମସ୍ତ ଚାଷୀମାନଙ୍କ ନିକଟରେ ପହଁଞ୍ଚାଇ ଜନସଚେତନତା ସୃଷ୍ଟି କରାଇବା ନିମନ୍ତେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଅଛି ।  ରାଜ୍ୟ ସରକାର ଭୂମିହୀନ, କ୍ଷୁଦ୍ରଚାଷୀ, ପ୍ରକୃତ ଚାଷୀ, ନାମମାତ୍ର ଚାଷୀ ଆଦିଙ୍କ ମୁହଁରେ ହସ ଫୁଟାଇବା ସଂଗେସଂଗେ ସେମାନଙ୍କର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରାଇ ବିକାଶର ମୁଖ୍ୟସ୍ରୋତରେ ସାମିଲ କରାଇବା ନିମନ୍ତେ ଏହି ଅଭିଯାନ ଆରମ୍ଭ କରିଛନ୍ତି ବୋଲି ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ବିଧାନସଭା ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ମତ ପୋଷଣ କରିବା ସଂଗେସଂଗେ ଯୋଜନା ମାଧ୍ୟମରେ ପ୍ରଦାନ କରାଯାଉଥିବା ଋଣ ଓ ସହାୟତା ଆଦିର ସତବିନିଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ଜିଲ୍ଲାପାଳ ବିନିତ କୁମାର ଭରଦ୍ୱାଜ ପୂର୍ବରୁ ଜନତା ବ୍ୟାଙ୍କୁ ଆସୁଥିଲେ । କିନ୍ତୁ ବର୍ତ୍ତମାନ ରାଜ୍ୟ ସରକାର ଜନତାଙ୍କଦ୍ସେମାନଙ୍କ ଦ୍ୱାର ଦେଶରେ ସେବା ପହଁଞ୍ଚାଇବା ନିମନ୍ତେ ସମବାୟ ଆପଣଙ୍କ ଦ୍ୱାରରେ ଅଭିଯାନ ଆରମ୍ଭ କରିଛନ୍ତି । ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ପଦକ୍ଷେପ ବା ସହାୟତା ଯୋଗାଇ ଦିଆଯିବ ବୋଲି ମତବ୍ୟକ୍ତ ପରିଥିଲେ । ସେହିପରି ସମ୍ମାନୀତ ଅତିଥିଭାବେ ମୋରଡ଼ା ବିଧାୟକ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ,  ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର, ସାରସକଣା ବିଧାୟକ ଭାଦବ ହାଁସଦାଃ, ଏମସିସି ବ୍ୟାଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଚ୍ୟୁତାନନ୍ଦ ପାତ୍ର, ଡ଼ିଆରସିଏସ ଦମୟନ୍ତୀ ସିଂ, ମୟୂରଭଞ୍ଜ ଜିଲ୍ଲାପରିଷଦ ସଭାପତି ସୁଜାତା ମୁର୍ମୁ, କେନ୍ଦୁଝର ଜିଲ୍ଲାର ଆଇଏଏସ ପ୍ରବେଶନର  ପ୍ରମୁଖ ଯୋଗ ଦେଇ ଓଡ଼ିଶାରେ ଆରମ୍ଭ ହୋଇଥିବା ସମବାୟ ବିପ୍ଳବ ସହିତ କୃଷି ଓ କୃଷକର ବିକାଶ କ୍ଷେତ୍ରରେ ସମବାୟର ଭୂମିକା, ଦାୟିତ୍ୱ ଆଦି ବିଭିନ୍ନ ଦିଗ ଉପରେ ଆଲୋକପାତ କରାଇଥିଲେ । 

              ବାରିପଦା ମୁର୍ଗାବାଡ଼ିସ୍ଥିତ ପ୍ରୟାସ ହଲ ପରିସରରେ ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରାଜ କିଶୋର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ  ସମବାୟ ଆପଣଙ୍କ ଦ୍ୱାରରେ ଅଭିଯାନ-୨୦୧୮ର ଉଦଘାଟନୀ ସମାରୋହରେ ବ୍ୟାଙ୍କ ପରିଚାଳନା ପରିଷଦର ନିର୍ଦ୍ଦେଶକ   ସୁବ୍ରମଣ୍ୟମ ମହାନ୍ତି, ବାଞ୍ଛାନିଧି  ଦାସ, ବୀରେନ୍ଦ୍ର ନାଥ ବସା, ରାଜ ଶିବ ନାରାୟଣ କିସ୍କୁ, ପ୍ରମୁଖଙ୍କ ସମେତ ବ୍ୟାଙ୍କର ଏଜିଏମ ପ୍ରକାଶ ବାରିକ, ଜ୍ୟୋତି ପ୍ରକାଶ ମିଶ୍ର, ଦିଲ୍ଲୀପ କୁମାର ପାତ୍ର, ଚଣ୍ଡୀ ପ୍ରସାଦ ମହାନ୍ତି, ଜୟଚନ୍ଦ୍ର ସୋରେନ, କୃଷି ଉପନିଦେ୍ର୍ଧଶକ ଦାମୋଦର ସେଠୀ ଓ ଦ୍ରୌପଦୀ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାର ୭ଟି ଲ୍ୟାମ୍ପ ଅଧୀନରେ ଥିବା ୨୭ଜଣ କୃଷକଙ୍କୁ କିଷାନ କ୍ରେଡ଼ିଟ କାଡର଼୍ ବଣ୍ଟନ କରାଯାଇ ଥିଲା ।  

 

 

0
0
0
s2sdefault