ବ୍ୟାସନଗର : କୋରାଇ ବ୍ଲକ ଖମଣ ପଂଚାୟତର ଶଙ୍ଖଚିଲାସ୍ଥିତ ମା ହିଙ୍ଗୁଳାଙ୍କ ପୀଠରେ ଅବସରପ୍ରାପ୍ତ କର୍ମଚାରୀ ସଂଘ, ଯାଜପୁର ଏକତା ମଂଚ ଓ ଭୁବନେଶ୍ୱରର ସ୍ୱାସ୍ଥ୍ୟାୟନ ମିଳିତ ଆନୁକୁଲ୍ୟରେ ସୋମବାର ଦିନ ଏକ ମାଗଣା ସ୍ୱାସ୍ଥ୍ୟ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ ଶିବିରକୁ ଜିଲ୍ଲା ସ୍ୱାସ୍ଥ୍ୟଧିକାରୀ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ବାରିଜ କୁମାର ଦାସ ଉଦଘାଟନ କରିଥିଲେ । ସଂଘର କୋଷାଧ୍ୟକ୍ଷ ବିନୋଦ ବିହାରୀ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଭାପତି ମହେଶ୍ୱର ଖୁଂଟିଆ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । କେନ୍ଦ୍ର ମାନବଧିକାର ଆୟୋଗଙ୍କ କୋର କମିଟି ସଦସ୍ୟ ତଥା ସ୍ଥାନୀୟ ସାମାଜିକ କର୍ମୀ ମନୋଜ ଜେନା ସଭା ପରିଚାଳନା କରିଥିଲେ । ସଂଘର ସମ୍ପାଦକ ନନ୍ଦକିଶୋର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ସ୍ଥାସ୍ଥ୍ୟାୟନ ସଂସ୍ଥାର କର୍ମକର୍ତା ମାନେ ସ୍ୱାସ୍ଥ୍ୟ ଶିବିରର ଆୟୋଜନ ସମ୍ପର୍କରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ପର୍ଶ ହସପିଟାଲର ମୁଖ୍ୟ ନିର୍ଦ୍ଦେଶକ ଡ଼ା ପ୍ରିୟବ୍ରତ ଧିର, ଆପୋଲୋ ହସପିଟାଲର କ୍ୟାନସର ଗବେଷକ ଚିନ୍ମୟ ପାଣି, ଅଶ୍ୱିନୀ ହସପିଟାଲର ହୃଦରୋଗ ବିଶେଷଜ୍ଞ ଡ଼ା ଋଷି ମହାନ୍ତଙ୍କ ସମେତ ପ୍ରମୁଖ ଯୋଗଦେଇ କ୍ୟାନସର, ହୃଦରୋଗ, ମୁଖଗହ୍ୱର କର୍କଟ, ଦନ୍ତ ରୋଗ, ଚର୍ମ ରୋଗ ଆଦିବିଷୟରେ ସଚେତନତା ବାର୍ତା ପ୍ରଦାନ କରିଥିଲେ । ଶଙ୍ଖଚିଲା ସ୍ୱାସ୍ଥ୍ୟ କେନ୍ଦର ଡ଼ାକ୍ତର ନିବେଦିତା ମହାନ୍ତି.ଚର୍ମ ରୋଗ ବିଶେଷଜ୍ଞ ଆଲୋକ କୁମାର ସାହୁ,ଦନ୍ତ ରୋଗ ବିଶେଷଜ୍ଞ ଡ଼ା ଆଦିତ୍ୟ କୁମାର ସାହୁ , କୋରାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର ସନ୍ତୋଷ କୁମାର ପୃଷ୍ଟି ସାଧାରଣ ରୋଗର ଚିକିତ୍ସା କରିଥିଲେ । ଉକ୍ତ ଶିବିରରେ ୧୭୨ ଜଣ ରୋଗୀ ଯୋଗଦେଇ ଡ଼ାକ୍ତରଙ୍କ ଠାରୁ ଚିକି୍ତ୍ସା ଓ ପରାମର୍ଶ ଗ୍ରହଣ କରିଥିଲେ । ସଂସ୍ଥା ପକ୍ଷରୁ ସମସ୍ତ ରୋଗୀଙ୍କୁ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା । ଯାଜପୁର ରୋଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ କେଦାରନାଥ ସାହୁ, ଏକତା ମଂଚର ସଭାପତି ଗୟାଧର ମଲ୍ଲିକ, ଜିଲ୍ଲା ସାମ୍ବାଦିକ ୟୁନିଅନର ସଭାପତି ସୁବାସ ଧଳ ପ୍ରମୁଖ ଅତିଥିଭାବେ ଯୋଗଦାନ କରିଥିଲେ । ଶେଷରେ ଏକତା ମଂଚର ସମ୍ପାଦକ ଅକ୍ଷୟ କୁମାର ଜେନା ଧନ୍ୟବାଦ ଅର୍ପଣ କରଇଥିଲେ । ଉକ୍ତ ଶିବିରକୁ ମା ହିଙ୍ଗୁଳା କମିଟିର ସଦସ୍ୟ, ଅବସରପପ୍ରାପ୍ତ କର୍ମଚାରୀ ସଂଘର କର୍ମକର୍ତା, ସ୍ମାଇଲ ଫାଉଣ୍ଡେସନ ଓ ଯାଜପୁର ଏକତା ମଂଚର ସମସ୍ତ ସଦସ୍ୟଙ୍କ ସମେତ ସ୍ଥାନୀୟ ସରପଂଚ ସୁଶାନ୍ତ କୁମାର ସାହୁ, ରଘୁନାଥ ସାହୁ,ବିଷ୍ଣୁ ଚରଣ ସାହୁ,କୃଷ୍ଣ ଚନ୍ଦ୍ର ସାହୁ, ଅନନ୍ତ ଚରଣ ସାହୁ, ମାଧବାନନ୍ଦ ସାହୁ,ପଦ୍ମନାଭ ରାୟ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
ରାଜ୍ୟ
ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଓ ସଚେତନତା ଶିବିର
- Hits: 353