ହେଡଲାଇନସ୍:

ବର୍ଦ୍ଧିତ ହାରରେ ହୋଲଡିଂ ଟିକସ ନିଷ୍ପତ୍ତି ସ୍ଥଗିତ , ହାଇକୋର୍ଟଙ୍କ ଆଦେଶକୁ ଅପେକ୍ଷା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ସରକାର ଶେଷରେ ରାଜଧାନୀରେ ବର୍ଦ୍ଧିତ ହାରରେ ହୋଲଡିଂ ଟିକସ ଆଦାୟ ନିଷ୍ପତ୍ତି ସ୍ଥଗିତ ରଖିଛନ୍ତି | ଆଜି ଏ ବିଷୟରେ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା |

 ଆଜି ଏକ ଉଚ୍ଚସ୍ତରୀୟ ବୈଠକ ପରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ,  ବର୍ଦ୍ଧିତ ହୋଇଥିବା ଜମିର ବେଞ୍ଚମାର୍କ ମୂଲ୍ୟ ଆଧାରରେ ଏକ ଫର୍ମୁଲା ଅନୁଯାୟୀ ଭୁବନେଶ୍ୱରରେ ହୋଲଡିଂ ଟିକସ ବୃଦ୍ଧି ନିଷ୍ପତ୍ତି ନିଆଯାଇଥିଲା | ହେଲେ ଏହି ନିଷ୍ପତ୍ତିକୁ ନେଇ ଏକ ମାମଲା  ହାଇକୋର୍ଟରେ ଆଗତ ହୋଇଛି | ବିଭିନ୍ନ ବର୍ଗର ଜନସାଧାରଣଙ୍କ ପକ୍ଷରୁ ଏ ସମ୍ପର୍କରେ ସରକାରଙ୍କ ନିକଟରେ ଅନୁରୋଧ ପହଞ୍ଚିଥିଲା | ଜନସାଧାରଣଙ୍କ ଭାବାବେଗକୁ ସମ୍ମାନ ଜଣାଇ ବର୍ଦ୍ଧିତ ହୋଲଡିଂ ଟାକ୍ସ ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି | ବିଚାରାଧୀନ ମାମଲାରେ ହାଇକୋର୍ଟଙ୍କ ଆଦେଶ ଆସିବା ପରେ ସେ ଅନୁଯାୟୀ ନିଷ୍ପତ୍ତି ନିଆଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି | 

0
0
0
s2sdefault