ହେଡଲାଇନସ୍:

ଚଳିତ ସଂସ୍କରଣର ସମଲେଶ୍ବରୀ ପଞ୍ଜିକା ଉନ୍ନୋଚନ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରମାକାନ୍ତ ବିଶ୍ବାଳ/.ସମ୍ବଲପୁର-ପଶ୍ଚିମ ଓଡିଶାରୁ ପ୍ରଥମ କରି ପ୍ରକାଶିତ  ସମଲେଶ୍ବରୀ ପଞ୍ଜିକା ର ଷୋଡଶାଧାରୀ ସଂସ୍କରଣ (2021 ଓ 2022)  ଉନ୍ମୋଚିତ ହୋଇଛି । 2006 ମସିହାଠାରୁ କ୍ରମାଗତ ଭାବରେ ପ୍ରକାଶିତ ହୋଇ ପଶ୍ଚିମାଞ୍ଚଳର ଆଶା ଆକାଂକ୍ଷାକୁ ପୁରଣ କରିବାର ପ୍ରୟାସ ଅବ୍ୟାହତ ରଖିଛି ।  କୋଭିଡ କଟକଣା ମଧ୍ୟରେ ଏକ ନିରାଡମ୍ବର ଭାବରେ 2021 ଓ 2022ର ସମଲେଶ୍ବରୀ ପଞ୍ଜିକା ମାଁ ସମଲେଶ୍ବରୀ ଙ୍କ ଠାରେ ପୁଜାର୍ଚ୍ଚନା ପରେ ଉନ୍ମୋଚିତ ହୋଇ ଯାଇଛି।  ଏହି ପଞ୍ଜିକା ରେ ଓଡିଆର  ସମସ୍ତ ପର୍ବପର୍ବାଣି ,ଯାନିଯାତ୍ରା ସହ ପଶ୍ଚିମ ଓଡିଶାର ମଧ୍ୟ ସବୁ ପ୍ରମୁଖ ପର୍ବ , ବରପୁତ୍ର ମାନଙ୍କ ଜନ୍ମଜୟନ୍ତୀ ମଧ୍ୟ ସ୍ଥାନ ପାଇଛି । ଏହି ଉନ୍ନୋଚନ କାର୍ଯ୍ୟକ୍ରମରେ  ପଣ୍ଡିତ ସର୍ବଶ୍ରୀ ଅମରନାଥ ମିଶ୍ର, କମଳାକାନ୍ତ ମିଶ୍ର, ବିନତି ପାଣ୍ଡେୟ, ଚନ୍ଦ୍ରକାନ୍ତ ପାଣିଗ୍ରାହୀ,  ଆଶୁତୋଷ ହୋତା, ବୁଲୁ ପାଢୀ, ସୁଧାଂଶୁ ଶେଖର ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ଗୋପୀନାଥ ପଣ୍ଡା ଓ ଶ୍ରୀ କାର୍ତ୍ତିକ ପ୍ରସାଦ ବହିଦାର ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault