ହେଡଲାଇନସ୍:

ସମ୍ବଲପୁର ଫାଟକ ଷ୍ଟେସନ ବନ୍ଦ, ବିରୋଧ ସ୍ୱତ୍ୱେ ସିଲ୍ I 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ) : ପୂର୍ବତଟ ରେଳବାଇ କର୍ତ୍ତୁପକ୍ଷ  ଏକ ବିଜ୍ଞପ୍ତି ଜାରି ପୂର୍ବକ ସମ୍ବଲପୁର ଫାଟକ  (ସମ୍ବଲପୁର ରୋଡ଼ ଷ୍ଟେସନ) କୁ ସବୁ ଦିନ ପାଇଁ ବନ୍ଦ ଘୋଷଣା କରିଛି ।  ଅନୁଗୋଳ-ସମ୍ବଲପୁର ରେଳଲାଇନ ଦୋହାରୀକରଣ ପାଇଁ ଏହି ଷ୍ଟେସନ ମୁଖ୍ୟ ପ୍ରତିବନ୍ଧକ ହୋଇଥିବାରୁ ସବୁଦିନ ପାଇଁ ବନ୍ଦ କରାଯିବା ଦିଗରେ ଶୀଘ୍ର ପଦକ୍ଷେପ ନେବାକୁ ସମ୍ବଲପୁର ଡିଆରଏମଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦୀର୍ଘ ୧୨୫ ବର୍ଷ ହେଲା ସମ୍ବଲପୁରବାସୀଙ୍କ ସୁଖଦୁଃଖର ସାଥୀ ହୋଇ ଆସିଥିବା ଏହି ଷ୍ଟେସନ ବନ୍ଦ କରି ଦିଆଯିବା ସହରବାସୀଙ୍କ ଆବେଗକୁ ଆନ୍ଦୋଳିତ କରିଛି । ଅପରପକ୍ଷେ  ସମ୍ବଲପୁର ଫାଟକ ଷ୍ଟେସନ ବନ୍ଦ କୁ ସହର ବାସୀ ଙ୍କ  ବିରୋଧ ସ୍ୱତ୍ୱେ ସିଲ୍ କରିଦିଆଯାଇଛି I  ସମ୍ବଲପୁର ରେଳ ମଣ୍ଡଳର ବିକାଶ ତଥା ଅଞ୍ଚଳର ବୃହତ୍ତର ସ୍ୱାର୍ଥରକ୍ଷା ପାଇଁ ଏହି ଷ୍ଟେସନକୁ ବନ୍ଦ କରାଯିବା ଅନିବାର୍ଯ୍ୟ ବୋଲି ରେଳ ମଣ୍ଡଳ କର୍ତ୍ତୁପକ୍ଷ ଦର୍ଶାଇଛନ୍ତି । ସମ୍ବଲପୁର ରେଳ ମଣ୍ଡଳରେ ଯାତ୍ରୀ ଓ ମାଲ ପରିବହନ ବ୍ୟବସ୍ଥାକୁ ଅଧିକ  ସୁଦୃଢ଼ କରିବାକୁ ସମ୍ବଲପୁର-ଅନୁଗୋଳ ରେଳ ଲାଇନ ଦୋହରିକରଣ ଓ ବିଦ୍ୟୁତିକରଣ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଏହି କ୍ରମରେ ସମ୍ବଲପୁରର ସର୍ବପୁରାତନ ଫାଟକ (ସମ୍ବଲପୁର ରୋଡ଼) ରେଳ ଷ୍ଟେସନକୁ ବନ୍ଦ କରାଯାଉଛି । ଅବଶ୍ୟ ଅନେକ ବର୍ଷ ତଳୁ ଏହି ସଙ୍କେତ ମିଳି ସାରିଥିଲା । କିନ୍ତୁ ଲୋକଙ୍କ ବିରୋଧ ଯୋଗୁଁ  ଏହାକୁ କାର୍ଯ୍ୟକାରୀ କରା ଯାଉଥିଲା । ତେବେ ଏହି ଷ୍ଟେସନକୁ ବନ୍ଦ କରି ଦେବା ପାଇଁ ରେଳ ବିଭାଗ ମନ ସ୍ଥିର କରି ସାରିଥିବାରୁ ଷ୍ଟେସନର ଉନ୍ନତି ପାଇଁ ଆଉ କୌଣସି ପଦକ୍ଷେପ ନ ନେଇ ଏହାକୁ ପରିତ୍ୟକ୍ତ ଅବସ୍ଥାରେ ପକାଇ ରଖା ଯାଇଥିଲା । ଅବଶେଷରେ ଏହାକୁ ସ୍ଥାୟୀ ଭାବେ ବନ୍ଦ କରିଦେବାକୁ ଭୁବନେଶ୍ବରସ୍ଥିତ ପୂର୍ବତଟ ରେଳବାଇର ପ୍ରିନ୍ସପାଲ ଚିଫ କମର୍ସିଆଲ ମ୍ୟାନେଜର ତାଙ୍କ ଚିଠି ସଂଖ୍ୟା ୨୭୬ ୦୯.୦୩.୨୦୨୧ ସମ୍ବଲପୁର ରୋଡ଼ ଷ୍ଟେସନକୁ ସ୍ଥାୟୀ ଭାବେ ବନ୍ଦ କରାଗଲା ବୋଲି କହିଛନ୍ତି । ସେ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ ଫାଟକ ଷ୍ଟେସନ ଯୋଗୁଁ ସମ୍ବଲପୁର ମୁଖ୍ୟ ଷ୍ଟେସନରୁ ସମ୍ବଲପୁର ସିଟି ଷ୍ଟେସନ ମଧ୍ୟରେ ରେଳ ଦେହରୀକରଣ ହୋଇ ପାରୁନାହିଁ । ଅନ୍ୟ ପକ୍ଷରେ ଫାଟକ ଷ୍ଟେସନ ବନ୍ଦ ନେଇ ସହର ରେ ଆନ୍ଦୋଳନ ପାଇଁ ସଜବାଜ ଆରମ୍ଭ ହେଉ ଥିବା ବେଳେ ପୂର୍ବତଟ ରେଳବାଇ କର୍ତ୍ତୁପକ୍ଷ ଏହି ଷ୍ଟେସନ କୁ ସିଲ୍ କରିଦେଇଛି I

0
0
0
s2sdefault