ହେଡଲାଇନସ୍:

କୃଷି ଓଡ଼ିଶା-୨୦୨୧ କାର୍ଯ୍ୟକ୍ରମର ସିଧାପ୍ରସାରଣ (ଲାଇଭ୍ ଷ୍ଟ୍ରିମିଂ) 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଆଜିଠାରୁ ବରମୁଣ୍ଡା ପଡିଆ ଠାରେ ଆୟୋଜିତ ହେବାକୁ ଯାଉଥିବା ‘କୃଷି ଓଡ଼ିଶା’ର ଉଦଘାଟନୀ ସମାରୋହ, ଉଦଯାପନୀ ସମାରୋହ ସହ ୧୦ଟି ‘ପାଠଶାଳା’ କାର୍ଯ୍ୟକ୍ରମର ସିଧାପ୍ରସାରଣ ପାଇଁ ବ୍ୟବସ୍ଥା କରାଯାଇଛି । ଏହି ସିଧାପ୍ରସାରଣ (ଲାଇଭ୍ ଷ୍ଟ୍ରିମିଂ) ସଂପୃକ୍ତ କାର୍ଯ୍ୟକ୍ରମର ସମୟ ନିର୍ଘଣ୍ଟ ଅନୁଯାୟୀ କରାଯିବ।

ଆପଣ ଏହି ସିଧାପ୍ରସାରଣ ଆପଣଙ୍କ ମୋବାଇଲ୍ ବା କମ୍ପ୍ୟୁଟର ମାଧ୍ୟମରେ ଇଣ୍ଟରନେଟ୍ ଜରିଆରେ ଦେଖିପାରିବେ।  ବିଶେଷକରି, ଜିଲ୍ଲା ସ୍ତରରେ ଆୟୋଜିତ ‘କୃଷି ଓଡ଼ିଶା-୨୦୨୧’ ସଂଯୋଗ କାର୍ଯ୍ୟକ୍ରମସ୍ଥଳରେ ଉତ୍ତମ ମାନର ଇଣ୍ଟରନେଟ୍ ବ୍ୟବହାର କରି କୃଷି ବିଭାଗର ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ସମସ୍ତ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯାଇପାରିବ। 

କୃଷି ବିଭାଗର ୟୁଟ୍ୟୁବ ଚ୍ୟାନେଲ ସହ ଯୋଡ଼ି ହେବା ପାଇଁ ତଳେ ଦିଆଯାଇଥିବା ଲିଙ୍କ୍ କ୍ଲିକ୍ କରନ୍ତୁ:

http://bit.ly/3vxHnaO 

ସେହିପରି, ବିଭାଗୀୟ ମନ୍ତ୍ରୀଙ୍କର ଫେସବୁକ୍ ପେଜରେ ମଧ୍ୟ ‘କୃଷି ଓଡ଼ିଶା-୨୦୨୧’ ସମସ୍ତ କାର୍ଯ୍ୟକ୍ରମର ଲାଇଭ୍ ଷ୍ଟ୍ରିମିଂ ହେଉଛି। ତଳେ ଦିଆଯାଇଥିବା ଲିଙ୍କକୁ କ୍ଲିକ୍ କରି ଫେସବୁକ୍ ମାଧ୍ୟମରେ ଆପଣ ସିଧାପ୍ରସାରଣ ଦେଖି ପାରିବେ।

https://www.facebook.com/ArunsahooDr 

 

0
0
0
s2sdefault